ଉନ୍ମୋଚିତ ହେଲା ସାହିତ୍ୟ ଜୀବନ ଇ-ପତ୍ରିକାର ଶିଶୁ ବିଶେଷାଙ୍କ

ସମ୍ବଲପୁର: ସାହିତ୍ୟ ଜୀବନ ଇ-ପତ୍ରିକାର ଶିଶୁ ବିଶେଷାଙ୍କ ଭର୍ଚୁଆଲ ମୋଡରେ ଉନ୍ମୋଚିତ ହୋଇଯାଇଛି। ସାହିତ୍ୟ ଜୀବନର ସମ୍ପାଦକ ଯୋଗେଶ୍ୱର ଲୁହା ଓ ପ୍ରତିଷ୍ଠାତା ପବିତ୍ର ବେହେରାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ଇ-ପତ୍ରିକାର ଉନ୍ମୋଚନ କରିଛନ୍ତି। ସମ୍ପାଦକ ଯୋଗେଶ୍ୱର ଲୁହା ଏବଂ ପରିଚାଳନା ସମ୍ପାଦିକା ରୀତା ଅପରାଜିତା ମହାନ୍ତି, ସଭାପତି ନବୀନ ପଧାନ, ସହ-ସମ୍ପାଦକ କ୍ଷମାନିଧି ବେହେରା, ମୁଖ୍ୟ ଉପଦେଷ୍ଟା ନରୋତ୍ତମ ପାତ୍ର, ଉପଦେଷ୍ଟା ଡମ୍ବରୁଧର ବେହେରା, ଶିବ ଶଙ୍କର ସାହୁ, ମୃତ୍ୟୁଞ୍ଜୟ ସାହୁ, ଜିଲ୍ଲା ସଂଯୋଜକ ଅଭିଷେକ ବେହେରା, କୁମାରୀ ଶକୁନ୍ତଳା ପରିଡା, ସରୋଜ କୁମାର ଜେନାଙ୍କ ସହ ସମ୍ପାଦନା ମଣ୍ଡଳୀର ଆଶିଷ କୁମାର ବାରିକ, କାହ୍ନୁଚରଣ ସାହୁ, ଜୟନ୍ତ କୁମାର ବେହେରା ସହ ଅନ୍ୟ ସଦସ୍ୟ ସଦସ୍ୟାଙ୍କ ପୂର୍ଣ୍ଣ ସହଯୋଗରେ ଶିଶୁ ବିଶେଷାଙ୍କ ସଂସ୍କରଣ ଇ-ପତ୍ରିକା ପ୍ରକାଶ ହୋଇଛି ବୋଲି ସୂଚନା ରହିଛି।

Omkar Vasthu
Omkar Vasthu


ସମ୍ବଲପୁରରୁ ପ୍ରକାଶ ପାଉଥିବା ଏହି ଇ-ପତ୍ରିକାରେ କବିତା ଓ ଗଳ୍ପ ଏବଂ ପ୍ରବନ୍ଧ ଏବଂ ଅନୁଚିନ୍ତା ସ୍ଥାନ ପାଇବା ସଙ୍ଗେ ପିଲାଙ୍କ ତୂଳୀରୁ ଚିତ୍ରାଙ୍କନ ପ୍ରକାଶିତ ହୋଇଛି। ସାହିତ୍ୟ ଜୀବନ ୱେବସାଇଟରେ ଏସ.ଏଲ୍. ଡିଜିଟାଲ ତଥା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଇ-ପତ୍ରିକାଟି ପରିଚିତ ହୋଇଛି। ସାହିତ୍ୟ ଜୀବନ ସମସ୍ତ ଇ-ପତ୍ରିକା ଗୁଡିକ ସାହିତ୍ୟ ଜୀବନ ୱେବସାଇଟରୁ ନିଶୁଳ୍କରେ ସଂଗ୍ରହ କରି ସାହିତ୍ୟ ଭିତ୍ତିକ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇ ପାରିବେ ଏବଂ ନିଜର ସାହିତ୍ୟ କୃତିକୁ ଉଦ୍ଜିବିତ କରିପାରିବେ ବୋଲି ପ୍ରତିଷ୍ଠାତା ପବିତ୍ର ବେହେରା ପ୍ରକାଶ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.