ଲାଞ୍ଜିଗଡ଼ ବ୍ଲକ ଶିକ୍ଷକ ସଂଘ ନିର୍ବାଚନକୁ ବିରୋଧ : ପୁନଃ ନିର୍ବାଚନ ଦାବି

● ପୂର୍ବରୁ ବିଭିନ୍ନ ବିବାଦରେ ଛନ୍ଦି ହୋଇଥିଲେ ନିର୍ବାଚିତ ସଭାପତି

କଳାହାଣ୍ଡି: ଲାଞ୍ଜିଗଡ଼ ବ୍ଲକ ଶିକ୍ଷକ ସଂଘ ନିର୍ବାଚନକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏହି ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରିଛି ଲାଞ୍ଜିଗଡ଼ ବ୍ଲକ ଏକ୍ସ କେଡର୍ ଶିକ୍ଷକ ସଂଘ। ଏହାକୁ ନେଇ ବ୍ଲକ ଏକ୍ସ କେଡର୍ ଶିକ୍ଷକ ସଂଘର ସଭାପତି ସରୋଜ କୁମାର ସାହୁ ଓ ସଂପାଦକ ମନୋଜ ମହାକୁଡ଼ଙ୍କ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତି ଜାରି କରାଯାଇ ଏଇ ନିର୍ବାଚନକୁ ଦୃଢ଼ ବିରୋଧ କରାଯାଇଛି। ହାତଗଣତି କେତେଜଣ ଶିକ୍ଷକଙ୍କୁ ନେଇ ଗୁଣ୍ଡରୀଠାରେ ଏକ ଗୁପ୍ତ ବୈଠକ କରାଯାଇ ପୂର୍ବତନ ସଭାପତି ଦେବେନ୍ଦ୍ର ବିଶ୍ବାଳଙ୍କୁ ପୁଣି ଥରେ ଦାୟିତ୍ବ ଦିଆଯାଇଛି ବୋଲି ଅଭିଯୋଗ ଉଠିଛି। ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍କୁଲରେ ଛଅଶହରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଥିବାବେଳେ ଶିକ୍ଷକ ସଂଘ ନିର୍ବାଚନରେ ସମସ୍ତଙ୍କ ପ୍ରମୁଖ ଯୋଗଦାନ ରହିଥାଏ। ସେହିପରି ପ୍ରତିଥର ସର୍ବସମ୍ମତି କ୍ରମେ ବ୍ଲକ ଶିକ୍ଷକ ସଂଘର ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ତେବେ ଏଥର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସଂପୂର୍ଣ୍ଣ ଅଣଦେଖା କରାଯାଇ ମାତ୍ର ତିରିଶରୁ ଚାଳିଶ ଜଣ ଶିକ୍ଷକଙ୍କୁ ନେଇ ଗୁଣ୍ଡରୀଠାରେ ଗୁପ୍ତ ବୈଠକ କରି ପୁରୁଣା ସଭାପତିଙ୍କୁ ପୁଣି ଦାୟିତ୍ବ ଦିଆଯିବାକୁ ନେଇ ଶିକ୍ଷକ ମହଲରେ ଘୋର ବିରୋଧ କରାଯାଇଛି। ଏପରିକି ପୁରୁଣା ସଭାପତି ଓ କର୍ମକର୍ତ୍ତା ଶିକ୍ଷକମାନଙ୍କ ସ୍ବାର୍ଥ ଅପେକ୍ଷା ନିଜ ସ୍ବାର୍ଥକୁ ଗୁରୁତ୍ବ ଦେଉଥିବାରୁ ବ୍ଲକ ଅଞ୍ଚଳରେ ଶିକ୍ଷକମାନଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏଣୁ ଏଥର ନୂତନ କର୍ମକର୍ତ୍ତା ଚୟନ ପାଇଁ ଶିକ୍ଷକ ମହଲରେ ନିଷ୍ପତ୍ତି ହୋଇଥିଲା। ତେବେ ଏ ସଂପର୍କରେ ଜାଣିପାରି କିଛି ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଓ ବ୍ଲକ ସଂଘର ପୁରୁଣା କର୍ମକର୍ତ୍ତା ମିଶି ଏପରି କରିଥିବାରୁ ଏହାକୁ ବିରୋଧ କରିବା ସହିତ ଏଇ ନିର୍ବାଚନକୁ ବାତିଲ କରିବାକୁ ବ୍ଲକ ଏକ୍ସ କେଡର ଶିକ୍ଷକ ସଂଘ ପକ୍ଷରୁ ଦାବି କରାଯାଇଛି। ଜିଲ୍ଲା ସଂଘ ବ୍ଲକର ଛଅଶହ ଶିକ୍ଷକଙ୍କ ମତକୁ ସମ୍ମାନ ଦେଇ ପୁଣି ଥରେ ନିର୍ବାଚନ କରାନଗଲେ ଏଇ କର୍ମକର୍ତ୍ତାମାନଙ୍କୁ ତୀବ୍ର ବିରୋଧ କରାଯିବ ବୋଲି ଶ୍ରୀ ସାହୁ, ଶ୍ରୀ ମହାକୁଡ଼ଙ୍କ ସମେତ ପରମାନନ୍ଦ ଗଉଡ଼, ଦିବାକର ବିଭାର, ରଘୁମଣି ବେହେରା, ମନୋଜ ଧଙ୍ଗଡ଼ାମାଝୀ, କ୍ଷୀରସିନ୍ଧୁ ସାହୁ, ଗୀତାଞ୍ଜଳି ପୁରୋହିତ, ଗୌତମ ଦଣ୍ଡସେନା, ସତ୍ୟବାନ ସା, ଗିରିଧାରୀ ଗଉଡ଼, ପ୍ରବୀଣ ରାଉତ, ଶ୍ରୀକାନ୍ତ ନାଏକ, ପ୍ରଭାକର ନାଏକ, ଶୋଭାବନ ଛତର, ଜନାର୍ଦ୍ଦନ ମିଶ୍ରଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀମାନେ ମତ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

ସୂଚନାଯୋଗ୍ୟ ଯେ, ନୂତନ ଭାବେ ପୁଣି ସଭାପତି ହୋଇଥିବା ଶ୍ରୀ ବିଶ୍ୱାଳ ୨୦୧୨ ମସିହାରେ ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜନୈକ ଶିକ୍ଷୟତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଓ ସେତେବେଳେ ଶିକ୍ଷୟତ୍ରୀ ଜଣଙ୍କ ସ୍କୁଲ ଛାଡି ପଳାଇ ଯାଇଥିବା ନେଇ ଜିଲ୍ଲା ଶିକ୍ଷା ବିଭାଗରେ ହଇଚଇ ସୃଷ୍ଟି ହୋଇଥିଲା। ସେହିପରି ଶ୍ରୀ ବିଶ୍ୱାଳ ୨୦୧୬ ମସିହା ଅକ୍ଟୋବର ମାସରେ ବନ୍ଧପାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜନୈକ ଶିକ୍ଷୟିତ୍ରୀ ଏବଂ ୨୦୧୭ ମସିହା ଡିସେମ୍ବର ମାସରେ ଅନ୍ୟ ଜଣେ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ନେଇ ସଂପୃକ୍ତ ଶିକ୍ଷୟିତ୍ରୀମାନେ ଶିକ୍ଷା ବିଭାଗକୁ ଅଭିଯୋଗ କରିଥିଲେ। ପୁଣି ୧୫ ସେପ୍ଟେମ୍ବର ୨୦୧୭ ମସିହାରେ ମାନ୍ନା ଟ୍ରଷ୍ଟ ମଧ୍ୟାହ୍ନ ଭୋଜନ ଖାଇ ବନ୍ଧପାରୀ ସ୍କୁଲର ୧୪୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ଥିବା ନେଇ ମିଥ୍ୟା ଅଭିଯୋଗରେ ତତ୍କାଳୀନ ଉପଜିଲ୍ଲାପାଳ ତାଙ୍କୁ ନିଲମ୍ବିତ କରିଥିଲେ। ପୁଣି ସେ ଡିସେମ୍ବର ୨୦୧୭ ମସିହାରେ ଲାଞ୍ଜିଗଡ ବ୍ଲକ କର୍ଲ୍ଲାକୁପା ସ୍କୁଲରେ ଯୋଗ ଦେଇଥିଲେ। କିଛିଦିନ ଗଲା ପରେ ୨୦୧୮ ମସିହା ମାର୍ଚ୍ଚ ମାସରେ କର୍ଲ୍ଲାକୁପା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ଧମକ ଚମକ ଦେବା ନେଇ ଶ୍ରୀ ବିଶ୍ୱାଳଙ୍କ ବିରୋଧରେ ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ ହୋଇଥିଲା। ତେଣୁ ଏଭଳି ବ୍ୟକ୍ତି ଚଞ୍ଚକତା କରି ଶିକ୍ଷକମାନଙ୍କ ମୁଖିଆ ହେବାକୁ ନାପସନ୍ଦ କରିଛି ଏକ୍ସ କେଡର ଶିକ୍ଷକ ସଂଘ।

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.