ସ୍ୱାଧୀନତା ସଂଗ୍ରାମୀ ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ପାଳିତ

ରାୟଗଡ, (ଶିବ ନାରାୟଣ ଗୈାଡ): ମହାନ୍ ବିପ୍ଳବୀ ତଥା ସ୍ୱାଧୀନତା ସଂଗ୍ରାମୀ ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସକୁ କୋଭିଡ-୧୯ ନିର୍ଦ୍ଦେଶାବଳୀ ପ୍ରକାରେ ରାୟଗଡ ଜିଲ୍ଳା ପ୍ରଶାସନ ପକ୍ଷରୁ ପାଳନ କରାଯାଇଛି । ରାୟଗଡ ସହରର ଶାସ୍ତ୍ରୀନଗର ଛକ ଠାରେ ଥିବା ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତିରେ ଦୀପଧୂପ ଦେଇ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।

Omkar Vasthu
Omkar Vasthu


ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା, ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ପୈାର ପରିଷଦର ପୂର୍ବତନ ଉପାଧ୍ୟକ୍ଷ ଡଃ.ନିରଂଜନ ବକ୍ସିପାତ୍ର, ଆଇନଜୀବି ବ୍ରଜସୁନ୍ଦର ନାୟକ, ବରିଷ୍ଠ ଗାନ୍ଧୀବାଦୀ ନେତା ଜୟରାଜ ଜେନା, ଶିକ୍ଷାବିତ୍ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ନୃସିଂହନାଥ ପାଢୀ, ବାଦଲ କୁମାର ତା’, ବରିଷ୍ଠ ନାଗରିକ ଗୋପିନାଥ ସାହୁ, ସମାଜସେବୀ ଶ୍ରୀମତି ବିଦୁଲତା ହୁଇକାଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ପୁଷ୍ପାମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କୋଭିଡ ନିୟମାନୁସାରେ କମ ସଂଖ୍ୟକ ଅତିଥିଙ୍କୁ ନେଇ ଏହି ଦିବସ ପାଳନ କରାଯାଇଥିବା ବେଳେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ମିଶ୍ର, କାର୍ଯ୍ୟାଳୟର ବରିଷ୍ଠ ସହଯୋକ ରାମଚନ୍ଦ୍ର ପାତ୍ର, ଗ୍ରନ୍ଥାଗାରିକ ଡମ୍ବୁରୁଧର ପଣ୍ଡା, ସଂଚାଳକ ସମ୍ରାଟ ସାହୁ ଓ ଅନ୍ୟ କର୍ମଚାରୀମାନେ ଯୋଗଦେଇ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.