ଡୁଡୁନୁ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସହଯୋଗୀ ସମ୍ମାନରେ ସମ୍ମାନୀତ ହେଲେ ଯୁବ ସମାଜସେବୀ ବିକାଶ ଦତ୍ତା

ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ଅଗ୍ରଣୀ ସମାଜସେବା ସଂଗଠନ ଡୁଡୁନୁ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ବର ଠାରେ ‘ରଙ୍ଗ ଉତ୍ସବ ସମ୍ମାନ-୨୦୨୧’ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷା ଡ଼ଃ. ବନ୍ଦନା ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ଯୁବ ସମାଜସେବୀ ବିକାଶ କୁମାର ଦତ୍ତାଙ୍କୁ ସହଯୋଗୀ ଭାବରେ ସମ୍ମାନିତ କରାଯାଇଛି। ଏହାସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନ୍ୟମାନଙ୍କୁ ମଧ୍ୟ ଟ୍ରଷ୍ଟ ପକ୍ଷରୁ ସମ୍ମାନୀତ କରାଯାଇଛି। ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ସେଞ୍ଚୁରିଆନ ୟୁନିଭରସିଟିର କୁଳାଧିପତି ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣି ଉତ୍ସବର ସଭାପତି ତଥା ରାଜନେତା ଶ୍ରୀ ଶଙ୍କର୍ଷଣ ପରିଡା, ଗିନିଜବୁକ ରେକର୍ଡ ଧାରୀ ଗାୟତ୍ରୀ ପ୍ରମୁଖ ମଞ୍ଚାସିନ ଥିଲେ। ଟ୍ରଷ୍ଟର ସମ୍ପାଦକ ସଂଜୀବ କୁମାର ହରିଚନ୍ଦନ କାର୍ଯ୍ୟକ୍ରମ ପରିଚାଳନା, ଡ଼ଃ. ସୁଶୀଲ କୁମାର ପଟ୍ଟନାୟକ ମଞ୍ଚ ସଂଯୋଜନା ଏବଂ ସୁଶ୍ରୀ ସର୍ବାଣି ଦାସ ମାନପତ୍ର ପଠନ କରିଥିବା ବେଳେ ଟ୍ରଷ୍ଟର ଉପାଧ୍ୟକ୍ଷ ବିକାଶ ରଞ୍ଜନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

ଏଠାରେ ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡର ବାସିନ୍ଦା ବିକାଶ କୁମାର ଦତ୍ତା ତୃଣମୂଳ ସ୍ତରରେ ସାଧାରଣ ଜନତାଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣି ପ୍ରଶାସନିକ ସ୍ତରରେ ତାହାର ସମାଧାନ କରିବାକୁ ଚେଷ୍ଟା କରିଥାନ୍ତି। ଏହାସହ ଅଞ୍ଚଳବାସୀଙ୍କ ଦୁଃଖ ସୁଖରେ ଭାଗିଦାର ହୋଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବର୍ତ୍ତମାନ ଡୁଡୁନୁ ଫାଉଣ୍ଡେସନ ଟ୍ରଷ୍ଟର କଳାହାଣ୍ଡି ଜିଲ୍ଲା ସଭାପତି ଭାବେ କାର୍ଯ୍ୟରତ ଏହି ଉଦୟମାନ ଯୁବ ନେତୃତ୍ବଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଟ୍ରଷ୍ଟ ପକ୍ଷରୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇଛି। ଏହି ଖବର ଜଣାପଡିବା ପରେ କଳାହାଣ୍ଡି ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରୀଯୁକ୍ତ ଦତ୍ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସମ୍ମାନର ଉତ୍ତରରେ ବିକାଶ ଦତ୍ତା କହିଛନ୍ତି ଯେ, ଏହି ସମ୍ମାନ ଦ୍ଵାରା ମୋର ଉତ୍ସାହ ଦ୍ଵିଗୁଣିତ ହୋଇଛି ଓ ଟ୍ରଷ୍ଟର ଅଧ୍ୟକ୍ଷାଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.