ଜଳଖିଆ ଦୋକାନ ସହ ବିଦ୍ୟୁତ ସବଷ୍ଟେସନରେ ଲାଗିଲା ନିଆଁ

କେସିଙ୍ଗା, (ବର୍ଦ୍ଧମାନ ଜୈନ): କେସିଙ୍ଗା-ଭବାନୀପାଟଣା ମଧ୍ୟ ଜାତୀୟ ରାଜପଥ ୨୬ରେ ଥିବା ଗ୍ରାମ ଉତକେଲାର ଏକ ଜଳଖିଆ ଦୋକାନ ସହ ବିଦ୍ୟୁତ ସବଷ୍ଟେସନରେ ହଟାତ ନିଆଁ ଲାଗିଯାଇଥିଲା।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ନିଆଁ ପ୍ରଥମେ ଜଳଖିଆ ଦୋକାନରେ ଲାଗିବା ପରେ ଧୀରେ ଧୀରେ ପାଖରେ ଥିବା ମିନି ସବଷ୍ଟେସନକୁ ମାଡି ଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.