କର୍ଲାମୁଣ୍ଡା : ୫୦୩୬ ଜଣଙ୍କୁ ଦିଆଗଲାଣି କରୋନା ଟୀକା

କଳାହାଣ୍ଡି, (ନରୋତ୍ତମ ସେଲମା): କରୋନାର ଦ୍ୱିତୀୟ ଲହର କଳାହାଣ୍ଡିରେ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଲୋକମାନଙ୍କ ମଧ୍ୟରେ ଏବେ ବି ସଚେତନତାର ଅଭାବ ଦେଖାଦେଇଛି। ମାକ୍ସ ବ୍ୟବହାର, ସାମାଜିକ ଦୂରତା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବାରମ୍ବାର ସତର୍କ କରାଯାଉଥିଲେ ମଧ୍ୟ ଗହଳି ଭାଙ୍ଗୁନାହିଁ। ଲୋକେ ସବୁବେଳେ ମାକ୍ସ ବ୍ୟବହାର କରୁନାହାନ୍ତି। ସାପ୍ତାହିକ ହାଟ ସମେତ ଡେଲି ମାର୍କେଟ ଏରିଆରେ ମଧ୍ୟ ସାମାଜିକ ଦୂରତା ରକ୍ଷା ହେଉଥିବା ଦେଖାଯାଉନାହିଁ। ଲୋକେ ପକେଟରେ ମାକ୍ସ ରଖି ବୁଲୁଥିବା ଦେଖା ଯାଉଛି। ନିଜେ ସଚେତନ ନ ହେଲେ ନିଜର ହିଁ ଜୀବନ ପ୍ରତି ବିପଦ ଅଛି।

Omkar Vasthu
Omkar Vasthu

ଅନ୍ୟପକ୍ଷରେ ଗତ କିଛି ଦିନ ମଧ୍ୟରେ କରୋନା ଟୀକା ନେବା ପାଇଁ ଲୋକଙ୍କ ମନରେ ଆଗ୍ରହ ଦେଖାଦେବା ଏକ ଶୁଭ ଲକ୍ଷଣ ବୋଲି ଚର୍ଚ୍ଚା ହେଉଛି। ଟୀକାକରଣ ଆରମ୍ଭ ହେବା ପରେ କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହିଁ ନିର୍ଦ୍ଧିଷ୍ଟ ହିତାଧିକାରୀ ଓ ବୟସ୍କ ବ୍ୟକ୍ତିଙ୍କୁ ଟୀକା ଦେବାର ବ୍ୟବସ୍ଥା ହୋଇଥିଲା। କିନ୍ତୁ ବର୍ତମାନ ଏଇ ସି.ଏଚ.ସି. ସମେତ ରିଷିଡା ଓ ରେଗଡା ପି.ଏଚ.ସି. ରେ ସ୍ଥାୟୀ ଟୀକାଦାନ କେନ୍ଦ୍ର ଖୋଲାଯାଇଛି। ଏଇ ଦୁଇ ଡାକ୍ତରଖାନାରେ ଗତ ସପ୍ତାହ ମାନଙ୍କରେ ସପ୍ତାହକୁ ତିନି ଦିନ ଲେଖାଏଁ ଟୀକା ଦିଆଯାଇଥିଲା କିନ୍ତୁ ଚଳିତ ସପ୍ତାହରୁ ପ୍ରତିଦିନ ଟୀକା ଦିଆଯାଉଛି। କର୍ଲାମୁଣ୍ଡା ସି.ଏଚ.ସି. ପାଇଁ ଦୈନିକ ୪ ଶହ ଟୀକାକରଣ ଟାର୍ଗେଟ ଥିବାବେଳେ ରିଷିଡା ଓ ରେଗେଡା ପାଇଁ ୨ ଶହ ଭେଖାଏଁ ଟାର୍ଗେଟ ରହିଛି। ପୁଣି ଲୋକଙ୍କୁ ସୁବିଧା ଦୃଷ୍ଟିରୁ କୋଭିଡ ଟୀକାକରଣ କେନ୍ଦ୍ର ଅନ୍ତର୍ଗତ ତେରେସିଂହା ଓ କର୍ଲାମୁଣ୍ଡା କେନ୍ଦ୍ର ଅଧିନସ୍ଥ ରାଗପୁର ଠାରେ ଆଜି ଟୀକାକରଣ କରାଯାଇଛି। ଆଜି ସୁଦ୍ଧା ଏଇ ବ୍ଳକରେ ୫୦୩୬ ଜଣ ଟୀକା ନେଇଥିବା ଜଣାଯାଇଛି। କର୍ଲାମୁଣ୍ଡା, ରିଷିଡା ଓ ରେଗେଡା ଠାରେ ଖୋଲାଯାଇଥିବା କୋଭିଡ ଭେକସିନ ସେଂଟର (ସି.ଭି.ସି.) ଅଧିନରେ ତିନି ଜଣ ନୋଡାଲ ଅଫିସର ଦାୟିତ୍ୱରେ ଅଛନ୍ତି। କର୍ଲାମୁଣ୍ଡା ପାଇଁ ପି.ଏଚ.ଓ. କିଶୋର ଚନ୍ଦ୍ର ଦାସ, ରିଷିଡା ପାଇଁ ଆରତୀ ପଧାନ ଓ ରେଗେଡା ପାଇଁ କ୍ଷୀରସିନ୍ଧୁ ରଣା ଦାୟିତ୍ୱରେ ଥିବାବେଳେ ସମଗ୍ର ଟୀକାକରଣ ପ୍ରକ୍ରିୟାକୁ ବି.ପି.ଏମ୍. ଅଜିତ ସିଂ କୁମାର, ଡାଃ ଶିଖିଧ୍ୱଜ ପଟେଲ ଓ ରୀନା ନାଗ ତଦାରଖ କରୁଛନ୍ତି। ଆଗାମୀ ଦିନରେ ସି.ଭି.ସି ଠାରୁ ଦୂରରେ ଥିବା ଗ୍ରାମ ଗୁଡିକର ଜନସାଧାରଣଙ୍କ ପାଇଁ ସଂପୃକ୍ତ ଅଂଚଳରେ ଅସ୍ଥାୟୀ କେନ୍ଦ୍ର ଖୋଲି ଟୀକାକରଣ କରିଯିବାକୁ ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.