ବୌଦ୍ଧ, (ହୃଦାନନ୍ଦ ମେହେର): ନାରାୟଣନଗର ଆଞ୍ଚଳିକ ସାଧନା କେନ୍ଦ୍ର ଅଧୀନରେ ଥିବା ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ, ଲକ୍ଷ୍ମୀପ୍ରସାଦ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମକୁନ୍ଦପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟାଙ୍କୁ ନେଇ ଏକ ଦିବସୀୟ ସହଯୋଗ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନାରାୟଣନଗର ଆଞ୍ଚଳିକ ସାଧନା କେନ୍ଦ୍ରର ସଂଯୋଜକ ସନ୍ତୋଷ କୁମାର ଶତପଥୀଙ୍କ ତତ୍ଵାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳାକାନ୍ତ ଦଳବେହେରା ପରିଦର୍ଶନରେ ଯାଇ କମିଟର ସଭ୍ୟ ଓ ସଭ୍ୟା ମାନଙ୍କୁ ସହଯୋଗ ନେଇ ମାର୍ଗଦର୍ଶନ କରିଥିଲେ। ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଶିକ୍ଷକ ଭାବେ ସୁଧାଂଶୁ ଶେଖର ସାହୁ, ଲକ୍ଷ୍ମଣ ମେହେର, ଶାନ୍ତାନୁ ମିର୍ଦ୍ଧା, ସନ୍ତୋଷ ବେହେରା ଏବଂ ଲକ୍ଷ୍ମୀପ୍ରସାଦ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଶିକ୍ଷକ ଭାବେ ବେଦବ୍ୟାସ ବେହେରା, ସ୍ମରଜିତ ପ୍ରଧାନ, ଜୟଦେବ ପ୍ରଧାନ, ଅନନ୍ତି ଭୋଇ ଓ ମକୁନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଶିକ୍ଷକ ଭାବେ ରାଧେଶ୍ୟାମ ମେହେର, ରବୀନ୍ଦ୍ର ମେହେର, ବରୁଣ ପାଣ୍ଡେ, ଭୁବନେଶ୍ୱର ସାହୁ ପ୍ରମୁଖ ସାମିଲ ହୋଇ କମିଟର ସଭ୍ୟ ଓ ସଭ୍ୟା ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ବହୁ ସଂଖ୍ୟାରେ ସଭ୍ୟ ସଭ୍ୟା ଯୋଗଦେଇ ତାଲିମ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି।