ଅଂଗଦାନ କଲେ ଯୁବ ଲେଖକ ସବ୍ୟସାଚୀ ବିଷୋୟୀ

ନବରଙ୍ଗପୁର: ମାନବସେବା ହିଁ ମାଧବ ସେବା। ଯଦି ଜୀବନ ମାନବସେବାରେ ନିହିତ ହେଲା, ତେବେ ସେ ଜୀବନ ସାର୍ଥକତା ଲାଭ କରିବ। ନଚେତ୍ ସବୁ କିଛି ବ୍ଯର୍ଥ। ତଥାକଥିତ ଅନ୍ଧବିଶ୍ୱାସକୁ ଛାଡି ମାନବୀୟ ମୁଲ୍ୟବୋଧରେ ବଞ୍ଚିବା ହେଉଛି ଏ ସମାଜ ପାଇଁ ଏକ ଆହ୍ବାନ। ତେଣୁ ଆମେ ବଦ୍ଧପରିକର ହୋଇ, ହାତରେ ହାତ ମିଶାଇ ସୁଷମ ସମାଜ ଗଠନ କରିବା ଆମ କର୍ତ୍ତବ୍ୟ। ଏହିଭଳି ବିଚାର ରଖି ନିଜର ୨୫ତମ ଜନ୍ମଦିବସରେ ଅଙ୍ଗଦାନ କରିଛନ୍ତି ଓଡ଼ିଆ ସାହିତ୍ୟ ଜଗତର ଜଣେ ସୁପରିଚିତ ଯୁବ ସାହିତ୍ୟିକ ସବ୍ୟସାଚୀ ବିଷୋୟୀ। ସମାଜରେ ଅନେକ ଲୋକ ଠିକ ସମୟରେ ଅଙ୍ଗ ନପାଇ ମୃତ୍ୟୁବରଣ କରୁଛନ୍ତି। ଚିକିତ୍ସା ବିଜ୍ଞାନର ଅଗ୍ରଗତି ଯୋଗୁଁ ବର୍ତ୍ତମାନ ଅଙ୍ଗରୋପଣ ସମ୍ଭବ ହୋଇପାରୁଛି। ମଣିଷର ମୃତ୍ୟୁ ପରେ ଏହି ଅଙ୍ଗଗୁଡିକୁ ଆମେ ଅଯଥାରେ ନିଆଁରେ ଦଗ୍ଧୀଭୂତ କରୁଛୁ, ନଚେତ୍ ମାଟିରେ ପୋତି ନଷ୍ଟ କରିଦେଉଛୁ। ଯଦି ଆମେ ଏହିସବୁ ଅଙ୍ଗକୁ ଆବଶ୍ୟକ ଥିବା ବ୍ଯକ୍ତିକୁ ଆମ ମୃତ୍ୟୁ ପରେ ଦାନ କରିଦେବା, ତେବେ ଆମ ଅଙ୍ଗ ମଧ୍ୟ ଅମରତ୍ବ ପ୍ରାପ୍ତ କରିବ। ଈଶ୍ବରଙ୍କ ଆଶୀର୍ବାଦରେ ମା’ଙ୍କ ମାଧ୍ୟମରେ ଆମର ଜନ୍ମ ହୁଏ, କିନ୍ତୁ ଆମ ମୃତ୍ୟୁପରେ ସେ ଶରୀରରେ ଈଶ୍ବରଙ୍କ ହିଁ ଅଧିକାର ରୁହେ। ଯଦି ଈଶ୍ବର ସୃଷ୍ଟି କରିଥିବା ମଣିଷମାନଙ୍କ ପାଇଁ ଏକ ଶରୀରର କୌଣସି ଅଙ୍ଗ କାମରେ ଆସିଲା ତେବେ ତାହା ମୋର ସୌଭାଗ୍ୟ ହବ ବୋଲି ସେ କହିଛନ୍ତି। ସାହିତ୍ୟ ସାଧନାରେ ନିମଜ୍ଜିତ ଥିବା ସବ୍ୟସାଚୀ ଲୋକସଂସ୍କୃତିର ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ କରୁଛନ୍ତି। ୧୯୯୬ ମସିହା ଏପ୍ରିଲ ୫ ତାରିଖରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ କଣ୍ଟାମାଳରେ ଜନ୍ମଗ୍ରହଣ କରିଥିବା ସବ୍ୟସାଚୀ ଅଙ୍ଗଦାନ କରି ଯୁବ ସମାଜ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.