ଦ୍ୱିତୀୟ ଡୋଜ କରୋନା ଟିକାନେବା ପରେ ତିନି ଡାକ୍ତରଖାନା କର୍ମଚାରୀ ପଜିଟିଭ

ଚନ୍ଦନପୁର କଣ୍ଟେନମେଣ୍ଟ ଜୋନ ଘୋଷଣା

Omkar Vasthu
Omkar Vasthu

ଲାଞ୍ଜିଗଡରେ କାୟା ମେଲାଉଛି କରୋନା, ଦ୍ୱିତୀୟ ଲହରରେ ୫ ପୋଜିଟିଭ

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ: ବର୍ତ୍ତମାନ ସାରା ଓଡିଶାରେ କରୋନାର ଭୟାବହତା ଦେଖା ଦେଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ମଧ୍ୟ ୫ଜଣକୁ ପୋଜିଟିଭ ଚିହ୍ନଟ କରାଯାଇଛି। ବିଶ୍ୱନାଥପୁର ଡାକ୍ତରଖାନାର ଝଣେ ସଫେଇ କର୍ମଚାରୀ ଓ ୨ଜଣ ଷ୍ଟାଫ୍ ନର୍ସଙ୍କ ଦେହରେ କରୋନା ପୋଜିଟିଭ ଚିହ୍ନଟ କରାଯାଇଛି। ସେହିଭଳି ଚନ୍ଦନପୁରର ଜଣେ ଓ ବେଦାନ୍ତ ଟାଉନସିପର ଜଣେ କର୍ମଚାରୀଙ୍କ ପତ୍ନୀଙ୍କୁ ପୋଜିଟିଭ ବାହାରିଥିବା ଜଣାପଡିଛି। ୫ଟି ପୋଜିଟିଭ ବାହାରିବା ପରେ ବ୍ଲକ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଅତି ଆଶ୍ଚର୍ଯ୍ୟର ବିଷୟ ବିଶ୍ୱନାଥପୁର ଡାକ୍ତରଖାନାର ୩ଜଣ କର୍ମଚାରୀ ଦୁଇଥର ଟିକା ନେବାପରେ ମଧ୍ୟ କେମିତି ପୋଜିଟିଭ ବାହାରିଲା ତାହା ସନ୍ଦେହ ସୃଷ୍ଟି କରୁଛି। ପ୍ରତିଦିନ ବିଶ୍ୱନାଥପୁର ଡାକ୍ତରଖାନାରେ କରୋନା ଟିକା ନେବାପାଇଁ ଭିଡ ଜମୁଥିବା ବେଳେ ଏପଟେ ୩ଜଣ କର୍ମଚାରୀଙ୍କୁ ପୋଜିଟିଭ ବାହାରିଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇନାହିଁ। ଚନ୍ଦନପୁରରେ ଜଣକୁ ପୋଜିଟିଭ ବାହାରିବା ପରେ ଲାଞ୍ଜିଗଡ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା ଚନ୍ଦନପୁରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ଲାଞ୍ଜିଗଡ ତହସିଲଦାର ଶ୍ରୀ ହୋନ୍ନାଙ୍ଗାଙ୍କୁ ପଚାରିବାରୁ ଯେ ହେତୁ ବିଶ୍ୱନାଥପୁର ଡାକ୍ତରଖାନାରେ ପ୍ରତିଦିନ କରୋନା ଟିକା ଦିଆଯାଉଛି ସେଥିପାଇଁ ସ୍ଥାନ ପରିବର୍ତ୍ତନ କରିହେବ ନାହିଁ ତେଣୁ ଡାକ୍ତରଖାନାକୁ ସମ୍ପୁର୍ଣ୍ଣ ସାନିଟାଇଜ କରାଯାଇଛି ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଡାକ୍ତରଖାନାର ସମସ୍ତ କର୍ମଚାରୀଙ୍କୁ କରୋନା ପରିକ୍ଷା କରାଯାଇଛି ସେଥିପାଇଁ କୈାଣସି ଜନସାଧାରଣ ଭୟ କରିବାର ନାହିଁ ବୋଲି ବିଶ୍ୱାନାଥପୁର ଚିକିତ୍ସାଧିକାରୀ ଭବାନୀ ଶଙ୍କର ଲେଙ୍କା ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.