କରୋନାରେ ଜଣଙ୍କ ମୃତ୍ୟୁ: କମର୍ଦ୍ଧା ପଞ୍ଚାୟତର ବକ୍ତି ଗାଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଲାଞ୍ଜିଗଡ଼: କରୋନା ଗାଁ ମୁହାଁ ହୋଇଛି। ଗତ ବର୍ଷ ଠାରୁ ଏଥରର ସଂକ୍ରମଣ କରାଳ ରୂପ ନେବାରେ ଲାଗିଛି। କରୋନାର ଦ୍ବିତୀୟ ଲହରରେ ଲାଞ୍ଜିଗଡ ବ୍ଲକ କମର୍ଦ୍ଧା ଗ୍ରାମ ପଞ୍ଚାୟତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କମର୍ଦ୍ଧା ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏହା ପରେ ଅଞ୍ଚଳରେ ସତର୍କତା ତଥା ସଚେତନତା ପଦକ୍ଷେପ ନେବା ପାଇଁ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା କମର୍ଦ୍ଧା ସମିତି ସଭ୍ୟ ଯୁବ ସମାଜସେବୀ ଜଗଦୀଶ ବେନିଆଁ ଉଦ୍ୟମରେ ଜିଲ୍ଲା ପ୍ରଶାସନ ତଥା ବ୍ଲକ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି। ୨୬ ଅପ୍ରେଲ ସୋମବାର ଠାରୁ ୨୮ ଅପ୍ରେଲ ପର୍ଯ୍ୟନ୍ତ ୩ ଦିନ ପର୍ଯ୍ୟନ୍ତ କମର୍ଦ୍ଧା ପଞ୍ଚାୟତର ବକ୍ତି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

 

ସୋମବାର ଶ୍ରୀ ବେନିଆଁଙ୍କ ସହିତ ସିକେରକୁପା ଫାଣ୍ଡି ଅଧିକାରୀ ସୁବାଷ ଚନ୍ଦ୍ର ଗୁରୁ ତଥା କମର୍ଦ୍ଧା ସରପଞ୍ଚ କାନ୍ତି ପାତ୍ର, ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୌରାଙ୍ଗ ମାଝୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା ମାନେ କମର୍ଦ୍ଧା ଗ୍ରାମ ପଞ୍ଚାୟତରେ ପହଁଚିବା ସହିତ ବକ୍ତି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିଲେ। ଏହା ସହିତ ଲୋକଙ୍କୁ ସଚେତନ କରିଥିଲେ। ବକ୍ତି ଗାଁ କଣ୍ଟେନମେଣ୍ଟ ଜୋନ ଘୋଷଣା ହେବାପରେ ପଞ୍ଚାୟତବାସୀ ବେସ ସଚେତନ ହୋଇ କରୋନା ନିୟମ ପାଳନ କରୁଥିବା ଦେଖାଯାଇଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.