ମିଥ୍ୟା ବିଲ୍ ଜରିଆରେ କୋଟିଏ ଟଙ୍କାର ଦୁର୍ନିତୀ ଅଭିଯୋଗ

ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ନାମରେ ଅନିୟମିତତା ଅଭିଯୋଗ ଆଣିଲେ କଲ୍ୟାଣସିଂହପୁର ପଞ୍ଚାୟତର ୫ଜଣ ୱାର୍ଡସଭ୍ୟ

ରାୟଗଡ, (ଶିବ ନାରାୟଣ ଗୈାଡ): ନିର୍ମାଣ ଓ ଉନ୍ନୟନମୂଳକ କାର୍ଯ୍ୟ ନାମରେ ମିଥ୍ୟା ବିଲ୍ ଜରିଆରେ ପାଖାପାଖି ଏକ କୋଟି ଟଙ୍କାର ଅନିୟମିତତା କରାଯାଇଛି । ଏଥିସହ ମନରେଗା କାର୍ଯ୍ୟଗୁଡିକରେ ଶ୍ରମିକଙ୍କ ନକଲି ବ୍ୟାଙ୍କ୍ ଏକାଉଂଟ ଖୋଲି ଲକ୍ଷାଧିକ ଟଙ୍କା ହଡପ କରାଯାଇଛି । ଏ ନେଇ ସ୍ଥାନୀୟ ବିଡିଓଙ୍କୁ ଅବଗତ କରାଗଲେ ସୁଦ୍ଧା କୈାଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ନେଇ ରାୟଗଡ ଜିଲ୍ଳା କଲ୍ୟାଣସିଂହପୁର ବ୍ଳକର ସଦର ପଂଚାୟତ ଅନ୍ତର୍ଗତ ୱାର୍ଡ ନମ୍ବର ୧୦, ୧୨, ୦୭, ୧୩ ଓ ୧୬ର ୱାର୍ଡସଭ୍ୟ ବୃନ୍ଦମାନେ ଆଜି ରାୟଗଡ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।


ଏହି ଦାବିପତ୍ରକୁ ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା ଗ୍ରହଣ କରିଥିଲେ । ଉକ୍ତ ଦାବିପତ୍ରରେ କଲ୍ୟାଣସିଂହପୁର ପଂଚାୟତରେ ସିଏଫସି ଠାରୁ ଏସଏଫସି ଅନୁଦାନରେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ହେଉଥିବା ନାମରେ ଅନେକ ପ୍ରକାର ଅର୍ଥ ହଡପ ଭଳି ଦୁର୍ନିତୀ ଘଟିଥିବା ଉଲ୍ଳେଖ ରହିଛି । ୱାର୍ଡସଭ୍ୟମାନଙ୍କ ଦସ୍ତଖତକୁ ମଧ୍ୟ ଜାଲ କରାଯାଇ ବିଭିନ୍ନ ସରକାରୀ ନଥିପତ୍ରରେ ଯୋଡା ଯାଉଥିବା ଅଭିଯୋଗ କରାଯାଇଥିବା ବେଳେ ପଂଚାୟତରେ ନିୟମାନୁଯାୟୀ ମାସିକ ବୈଠକ ଅନୁଷ୍ଠିତ ହେଉ ନ ଥିବା ମଧ୍ୟ ଉଲ୍ଳେଖ କରାଯାଇଛି ।

କଲ୍ୟାଣସିଂହପୁର ପଂଚାୟତର ସରପଂଚ ପଂଚାୟତ କାର୍ଯ୍ୟାଳୟକୁ କେବେ ବି ଆସୁ ନ ଥିବା ବେଳେ ଜଣେ ଠିକାଦାର ତଥା ଦଲାଲ ପଂଚାୟତ କାର୍ଯ୍ୟାଳୟକୁ ପରିଚାଳନା କରୁଥିବା ନେଇ ଦାବିପତ୍ରରେ ଉଲ୍ଳେଖ ରହିଛି । ଦୀର୍ଘ ବର୍ଷ ଧରି ଏପରି ଅନିୟମିତତା ଓ ଦୁର୍ନିତୀ ବୃଦ୍ଧି ପାଉଥିବାରୁ ଏହାର ଏକ ନିରପେକ୍ଷ ଏବଂ ଭିଜିଲାନ୍ସ ତଦନ୍ତ କରିବା ପାଇଁ ୱାର୍ଡ ସଭ୍ୟ ଆମାଲୁ ୱାଡକା, ମାଣ୍ଡିକା ମାଜାୱାଣା, ହରିଦାସ କୁଲଶିକା, ସୁଗ୍ରୀବ କୁନାକା ଓ ମିଣିଆକା ନରେନ୍ଦ୍ର ପ୍ରମୁଖ ଦାବି କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.