ପ୍ରଜ୍ଞାନନ୍ଦ ନାୟକଙ୍କ ଅକାଳ ବିୟୋଗ: ନର୍ଲା ଅଞ୍ଚଳରେ ଶୋକର ଛାୟା

କଳାହାଣ୍ଡି: ଆଜି ଏକ ସ୍ବାଭିମାନୀ ମଣିଷକୁ ହରାଇଛି ନର୍ଲା ମାଟି। ଅସମୟରେ ଆଖି ବୁଜିଛନ୍ତି ପ୍ରଜ୍ଞାନନ୍ଦ ନାୟକ (ଝୁନା)। ନର୍ଲା ଅସ୍ମିତାର ଏକ ମୂର୍ତ୍ତିମନ୍ତ ପ୍ରତିକ ସ୍ବର୍ଗତ ନାୟକ ଏକାଧାରରେ ଜଣେ କ୍ରିଡାବିତ, ସଂସ୍କୃତି ପ୍ରେମୀ, ଉତ୍ତମ ସଂଗଠକ ଓ ଶିକ୍ଷାବିତ ଭାବେ ଅଞ୍ଚଳରେ ସମସ୍ତଙ୍କ ପ୍ରିୟ ପାତ୍ର ଥିଲେ। ଏହି ଅଞ୍ଚଳର ଯୁବକମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉଥିଲେ। ସେ ଜଣେ ମେଳାପି ଓ ଉତ୍ତମ ସ୍ବଭାବର ମଣିଷ ଥିଲେ। ସବୁ ସମୟରେ ଦୁର୍ଗତ ଲୋକଙ୍କ ତ୍ରାଣକର୍ତ୍ତା ଭାବେ ସେ ଉଭା ହୋଇ ଆସୁଥିଲେ। ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଯାଇଛି। ଏହି ଖବର ପ୍ରଚାରିତ ହେବାପରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୈାଡିଆଙ୍କ ସମେତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସ୍ବର୍ଗତ ନାୟକଙ୍କ ଆବର୍ତ୍ତମାନରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Omkar Vasthu
Omkar Vasthu

ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.