ଭୁବନେଶ୍ୱର: ଆସନ୍ତା କାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଏନେଇ ନିଷ୍ପତ୍ତି ଗ୍ରହଣ କରିଛନ୍ତି କତୃପକ୍ଷ। ମେ ୧ରୁ ୧୫ ତାରିଖ ଯାଏଁ ନନ୍ଦନକାନନ ସହ ବଟାନିକାଲ ପାର୍କ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ପ୍ରତିଦିନ ଶହ ଶହ ପର୍ଯ୍ୟଟକ ନିଜ ପରିବାରସହ ଏହି ସ୍ଥାନକୁ ଆସିଥାନ୍ତି। ଏହାଦ୍ବାରା କରୋନା ସଂକ୍ରମଣର ଭୟ ରହୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି।