ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ରାଜ୍ୟ ସ୍ତରୀୟ ‘ମନୋଜାୟନ’ କାର୍ଯ୍ୟକ୍ରମ

● ‘ମନୋଜ ଦାସଙ୍କୁ ଭାରତ ରତ୍ନ ସମ୍ମାନ ଦିଆଯାଉ’

ଭବାନୀପାଟଣା: ଓଡ଼ିଆ ଓ ଇଂରାଜୀ ଭାଷାର ପ୍ରଖ୍ୟାତ ଲେଖକ ପ୍ରଫେସର ମନୋଜ ଦାସଙ୍କ କୃତି ଓ ବ୍ୟକ୍ତିତ୍ବ ସମଗ୍ର ମାନବ ସମାଜ ପାଇଁ ଉଦାହରଣ। ତାଙ୍କ ଦେହାନ୍ତ ସହ ଏକ ଯୁଗର ଅବସାନ ଘଟିଛି ବୋଲି ରାଜ୍ୟ ସ୍ତରୀୟ ‘ମନୋଜାୟନ’ କାର୍ଯ୍ୟକ୍ରମରେ ଅତିଥିମାନେ ମତପ୍ରକାଶ କରିଛନ୍ତି। ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଅନଲାଇନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ତଥା ବିଶିଷ୍ଟ ଲେଖକ ପ୍ରଫେସର ଡ. ସଞ୍ଜୟ କୁମାର ଶତପଥୀ, ବିଶିଷ୍ଟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ସମ୍ମାନିତ ଅତିଥି ଭାବେ ମନୋଜ ଦାସଙ୍କ ଗୁଣମୁଗ୍ଧ ପାଠକ ତଥା ‘ସୁସାହିତ୍ୟମ୍’ର ସଂସ୍ଥାପକ ସମୀର ରଞ୍ଜନ ଦାସ, ବିଶିଷ୍ଟ ନାଟ୍ୟକାର ତଥା ସାହିତ୍ୟ ସମାଲୋଚକ ପରମେଶ୍ବର ମୁଣ୍ଡ ଏବଂ ବିଶିଷ୍ଟ ବାଗ୍ମୀ ତଥା ପ୍ରାବନ୍ଧିକ ସତ୍ୟନାରାୟଣ ମୁଣ୍ଡଛିନା ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ସଂଜୟ ଧଙ୍ଗଡ଼ାମାଝୀ ସଭାପତିତ୍ୱ କରି ମନୋଜ ଦାସଙ୍କୁ ମରଣୋତ୍ତର ଭାବେ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯାଉ ବୋଲି ଦାବି କରିଥିଲେ। ଯୁଗ୍ମ ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଦସ୍ୟ ଡିଲେଶ୍ୱର ରଣା ସଭା ପରିଚାଳନା କରିଥିଲେ। ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ, ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡ଼ାମାଝୀ, ସାଂସ୍କୃତିକ ସଂପାଦକ ସଲିଲ କୁମାର ଧଙ୍ଗଡ଼ାମାଝୀ, ସଦସ୍ୟ ସୁଶୀଲ କୁମାର ଧଙ୍ଗଡ଼ାମାଝୀ, ପ୍ରକାଶ ଧଙ୍ଗଡ଼ାମାଝୀ, ଗାଳ୍ପିକ ନୃପରାଜ ସାହୁ, ତପନ ମହାପାତ୍ର, ପ୍ରକାଶ ନିଶଙ୍କ, ଦିଲ୍ଲୀପ ବେହେରା, କବି ଋତୁରାଜ ମାଝୀ, ବଙ୍କିମ ମୁଣ୍ଡ, ଆଚାର୍ଯ୍ୟ ହୃଷିକେଶ ମିଶ୍ର, କୁମୁଦ ନାଏକ, ମିନତୀ କୁମାରୀ ପ୍ରଧାନ, ନାହେଦା ଶାହୀନ୍, ସଂଜୀବ କୁମାର ପଣ୍ଡା, ପରମା ନାଏକ, ଯୁଧିଷ୍ଠିର ମୁଦୁଲି, ପଞ୍ଚାନନ ଭୋଇ, ସ୍ନିଗ୍ଧାରାଣୀ ନନ୍ଦ, ବିଭୁତି ଭୂଷଣ ପଧାନ, ରିଙ୍କି ପଧାନ, ସନ୍ତୋଷ କୁମାର କର, ସୁବୋଧ କୁମାର ଶତପଥୀ, ମନୋଜ ମେହେର, ଶାନ୍ତନୁ ପରିଡ଼ା, ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲେଖକ ଲେଖିକା ଓ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.