ରେଳ ଷ୍ଟେସନରେ କୋଭିଡ-୧୯ କାର୍ଯ୍ୟ ଅବଧି ସମୟ ହ୍ରାସ ପାଇଁ ଶିକ୍ଷକଶିକ୍ଷୟତ୍ରୀଙ୍କ ଦାବି

୫୦ବର୍ଷରୁ ଉର୍ଦ୍ଧ ଶିକ୍ଷକଶିକ୍ଷୟତ୍ରିୀଙ୍କୁ କାର୍ଯ୍ୟରୁ ବାଦ ଦିଆଯାଉ

ରାୟଗଡ, (ଶିବ ନାରାୟଣ ଗୈାଡ): କୋଭିଡ-୧୯ କାର୍ଯ୍ୟରେ ରାୟଗଡ ରେଳବାଇ ଷ୍ଟେସନରେ କାର୍ଯ୍ୟରତ ଶିକ୍ଷକଶିକ୍ଷୟତ୍ରୀମାନଙ୍କ କାର୍ଯ୍ୟ ସଂପାଦନା ଅବଧି ୮ଘଂଟା ପରିବର୍ତେ ୪ଘଂଟାକୁ ହ୍ରାସ କରିବା ଏବଂ ୫୦ବର୍ଷରୁ ଅଧିକ ବୟସ ଥିବା ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ କାର୍ଯ୍ୟରୁ ବାଦ ଦେବା ନିମନ୍ତେ ରାୟଗଡ ଶିକ୍ଷା ବ୍ଳକର ପ୍ରାଥିମକ ଶିକ୍ଷକଶିକ୍ଷୟତ୍ରୀ ବୃନ୍ଦ ତରଫରୁ ରାୟଗଡ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଦାବିପତ୍ର ମାଧ୍ୟମରେ ନିବେଦନ କରାଯାଇଛି । ଉକ୍ତ ନିବେଦନ ପତ୍ରରେ ରାୟଗଡ ରେଳବାଇ ଷ୍ଟେସନରେ କୋଭିଡ-୧୯କାର୍ଯ୍ୟରେ ନିୟୋଜିତଥିବା ଶିକ୍ଷକଶିକ୍ଷୟତ୍ରୀମାନେ ଆଦେଶ ପ୍ରକାରେ ଗତ ଏପ୍ରିଲ ୧୫ତାରିଖ ଠାରୁି କାର୍ଯ୍ୟ ସଂପାଦନା କରି ଆସୁଛନ୍ତି । ପ୍ରତି ଅବଧିରେ କାର୍ଯ୍ୟରେ ନିୟୋଜିତ ଶିକ୍ଷକଶିକ୍ଷୟତ୍ରୀଙ୍କୁ ୮ଘଂଟା କାର୍ଯ୍ୟ କରିବାକୁ ପଡୁଥିବା ଯୋଗୁଁ ସେମାନେ ରେଳ ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ କୋଭିଡ ନିୟମାବଳୀ କାର୍ଯ୍ୟ ସୂଚାରୁ ରୂପେ ପରିଚାଳିତ କରିପାରୁ ନାହାନ୍ତି । ବିଶେଷ କରି ମହିଳାମାନଙ୍କ ପାଇଁ ସେଠାରେ ଶୈାଚାଳୟ ଏବଂ ଶୁଦ୍ଧ ପାନୀୟ ଜଳର ସୁବିଧା ନାହିଁ । ଶିକ୍ଷୟତ୍ରୀମାନଙ୍କ ସୁରକ୍ଷା କିମ୍ବା ଯାତ୍ରୀମାନଙ୍କର ସାମାଜିକ ଦୂରତା ରକ୍ଷା କରିବା ପାଇଁ ସୁରକ୍ଷା କର୍ମୀ ଅଥବା ବାରିକେଡର ବ୍ୟବସ୍ଥା କରାଯାଇନାହିଁ । ଫଳରେ କାର୍ଯ୍ୟରତ ଶିକ୍ଷକଶିକ୍ଷୟତ୍ରୀମାନେ ସନ୍ଦିଗ୍ଧ ଯାତ୍ରୀମାନଙ୍କ ପ୍ରତ୍ୟେକ୍ଷ ସଂସ୍ପର୍ଶରେ ଆସୁଛନ୍ତି । ତେଣୁ କୋଭିଡ ସଂକ୍ରମଣର ସୁରକ୍ଷା ପାଇଁ ପିପିଇ କିଟ୍‌/ସାନିଟାଇଜର/ଗ୍ଳୋବସ୍ ଆଦିର ବ୍ୟବସ୍ଥା ମଧ୍ୟ ନାହିଁ ।

ବର୍ତମାନ କେତେକ ଶିକ୍ଷକଶିକ୍ଷୟତ୍ରୀ ଜ୍ୱରରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଛନ୍ତି । ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୀର୍ଘ ୮ଘଂଟା କାର୍ଯ୍ୟରେ ନିୟୋଜିତ ରହି କାର୍ଯ୍ୟ କରି ଘରକୁ ଫେରିବା ବେଳେ ଅପରାହ୍ନ ୩ଟା ବାଜିଯାଉଛି । ଘରେ ଛୋଟ ପିଲି ଓ ବୃଦ୍ଧ ପିତାମାତାଙ୍କର ଦେଖାଶୁଣାରେ ବ୍ୟତିକ୍ରମ ହେଉଥିବା ଉଲ୍ଳେଖ ରହିଛି । ଅପରପକ୍ଷେ ରାତ୍ରୀରେ ଘରକୁ ଫେରିବା ବେଳେ ଅସୁରକ୍ଷିତ ମନେ କରୁଛନ୍ତି । ତେଣୁ କାର୍ଯ୍ୟ ନିୟୋଜନ ଅବଧି ୮ଘଂଟା ପରିବର୍ତେ ୪ଘଂଟା କରାଗଲେ କାର୍ଯ୍ୟ ସଂପାଦନା ସୂଚାରୁ ରୂପେ ତୁଲାଇ ହେବ ବୋଲି ଉଲ୍ଳେଖ କରିଛନ୍ତି । ସେହିପରି ୫୦ବର୍ଷରୁ ଅଧିକ ବୟସ ଥିବା ଶିକ୍ଷକଶିକ୍ଷୟତ୍ରୀଙ୍କୁ କୋଭିଡ-୧୯ କାର୍ଯ୍ୟରୁ ବାଦ ଦିଆଯିବା ପାଇଁ କୁହାଯାଇଛି ଏବଂ କେତେକ ଶିକ୍ଷକଶିକ୍ଷୟତ୍ରୀ କୋଭିଡ ଟୀକା ନେଇ ନ ଥିବାରୁ ସେମାନଙ୍କ ପ୍ରତି ସଂକ୍ରମଣର ବିପଦ ରହୁଛି । ଉପଜିଲ୍ଳାପାଳ ଏହି ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଶିକ୍ଷକ ପଦ୍ମଲୋଚନ ମିଶ୍ର, ନିବେଦିତା ଦାସ, ସରୋଜ କୁମାର ପାତ୍ର,ଜ୍ୟୋସ୍ନାରାଣୀ ସେନାପତି, ଟି.ଭି.ଭି.ଏସ. ନାରାୟଣ, ପୁଷ୍ପଲତା ସେଠୀ, ମନୋରମା ଜାକାକା, ରେଣୁକା ରଥ, ଉର୍ମିଳା ମହାନନ୍ଦିଆଙ୍କ ସମେତ ଅନ୍ୟ ପ୍ରାଥିମକ ଶିକ୍ଷକଶିକ୍ଷୟତ୍ରୀ ବୃନ୍ଦ ନିବେଦନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.