କରୋନା ଟେଷ୍ଟିଂ ସଂଖ୍ୟା ବଢାଇବାକୁ ଦାବୀ

କଳାହାଣ୍ଡି, (ହେମନ୍ତ ସାହୁ): ମହାମାରୀ କରୋନାର ଦ୍ବିତୀୟ ଲହରକୁ ପ୍ରତିହତ କରିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଅନ୍ୟପକ୍ଷରେ କଳାହାଣ୍ଡି ଜିଲ୍ଲା ଜିଲ୍ଲା ମ.ରାମପୁର ବ୍ଲକରେ କରୋନା ପଜିଟିଭଙ୍କ ସଂଖ୍ୟା ୩୦୦ ପାର ହେଇସାରିଛି। କରୋନା ଟେଷ୍ଟିିଂ ସଂଖ୍ୟା ବଢିଲେ ଆହୁରି କରୋନା ପଜିଟିଭ ସଂଖ୍ୟା ସାମ୍ନାକୁ ଆସିବା ସହିତ ଲୋକେ ଶିଘ୍ର ଚିକିତ୍ସିତ ହେଇପାରିବେ। ତେବେ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୈନିକ ଆଣ୍ଟିଜେନ୍ ଟେଷ୍ଟିଂ ମାତ୍ର ୫୦ଜଣଙ୍କର ହେଇପାରୁଥିବା ଗୋଷ୍ଠୀ ଚିକିତ୍ସାଧିକାରୀ ପ୍ରକାଶ କରିଛନ୍ତି। ବହୁତ ଲୋକେ ଟେଷ୍ଟିଂ ହେଇନ ପାରି ଫେରିଯାଉଥିବା ବିଷୟ ପଚାରିବାରୁ ସେ କହିଥିଲେ, ସମସ୍ତେ କେବଳ ଆଣ୍ଟିଜେନ୍ କିଟ୍‌ରେ ଟେଷ୍ଟିଂ ହେବାପାଇଁ ଚାହୁଁଛନ୍ତି, କେହି ଆରଟିପିସିଆରରେ ପରୀକ୍ଷା ହେବାପାଇଁ ଚାହୁଁ ନାହାନ୍ତି, ଆଉ ଜିଲ୍ଲାରୁ କିଟ ଦୈନିକ ମାତ୍ର ୫୦ଟି ଦିଆଯାଉଥିବାରୁ ଏଭଳି ହେଉଛି ବୋଲି କହିବା ସହିତ ଆରଟିପିସିଆର ରିପୋର୍ଟ ଆସିବାକୁ ପ୍ରାୟ ସାତଦିନ ଲାଗିଯାଉଛି ଏବଂ ଏବେ ଭୁବନେଶ୍ୱରକୁ ପଠାଇବାକୁ ପଡ଼ୁଛି, କମ ଦିନ ଭିତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଆରଟିପିସିଆର ପରୀକ୍ଷଣ ଉପଲବ୍ଧ ହେଇପାରିବ ସେତିକିବେଳେ ପ୍ରାୟ ଦୁଇଦିନ ଭିତରେ ରିପୋର୍ଟ ଆସିଯିବ ଆଉ ଲୋକଙ୍କୁ ହଇରାଣ ହେବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ଏଠାରେ ସୂଚନାଥାଉ କି,କରୋନା ପରୀକ୍ଷଣ ପାଇଁ ପ୍ରତିଦିନ ଭୋର ସକାଳୁ ଲୋକେ ଆସି ମେଡ଼ିକାଲରେ ଆଧାରକାର୍ଡ଼ ସବୁକୁ ଇଟା ସାହାଯ୍ୟରେ ଧାଡ଼ିରେ ରଖି ପରୀକ୍ଷା ପାଇଁ ଜଗିରହୁଛନ୍ତି। ତେବେ ଟେଷ୍ଟିଂ ସଖ୍ୟା ବଢାଇବାକୁ ବିଭିନ୍ନ ମହଲରେ ଦାବୀ ହେଉଛି। କାରଣ, ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ମ.ରାମପୁର, କର୍ଲାମୁଣ୍ଡା, ନର୍ଲା ଓ କନ୍ଧମାଳର କିଛି ଅଂଚଳ ନିର୍ଭର କରୁଥିବାରୁ ଏବଂ ଏହି ବ୍ଲକରେ ଅନେକ ଆଭ୍ୟନ୍ତରୀଣ ଇଲାକାର ଲୋକେ ନିର୍ଭର କରୁଥିବାରୁ ଏଠାରେ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଏମିତି ହେଉଛି, ଦିନେ ଦୁଇ ଦିନ ଆସି ଫେରିଯିବା ପରେ ଲୋକେ ଆଉ ଟେଷ୍ଟିଂ ପାଇଁ ଆସିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ଯାହା କରୋନା ସଂକ୍ରମଣର ଏକ ପ୍ରମୁଖ କାରଣ ହେଇ ଆମ ସାମ୍ନାରେ ଆଗାମୀ ଦିନରେ ଦେଖାଦେବ। ତେଣୁ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.