ଗୁଣପୁର ଉପଖଣ୍ଡ ପିଏ-ଆଇଟିଡିଏଙ୍କ ଚନ୍ଦ୍ରପୁର ବ୍ଳକ ଗସ୍ତ

ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ଆଇଏସଓ ପ୍ରୋଗାମର କଲେ ତଦାରଖ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ଗୁଣପୁର ଉପଖଣ୍ଡ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ (ପିଏ-ଆଇଟିଡିଏ) ଗୋରାଚାନ୍ଦ ଗମାଙ୍ଗ ଚନ୍ଦ୍ରପୁର ବ୍ଳକରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଏସଏସଡି ବିଦ୍ୟାଳୟ ସମେତ ଗଣଶିକ୍ଷା ବିଭାଗର ଉଚ୍ଚ ବିଦ୍ୟାଳୟଗୁଡିକୁ ମଧ୍ୟ ପରିଦର୍ଶନ କରିଥିଲେ । ଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ହାକୁସୁପାଙ୍ଗା ଆଶ୍ରମ ସ୍କୁଲ, ଡାଙ୍ଗସୋରଡା ହାଇସ୍କୁଲ, ନେହୁରପଙ୍ଗା ଆଶ୍ରମ ସ୍କୁଲ, ବାଳିକା ଉଚ୍ଚ ବିଦ୍ୟାଳୟ ଚନ୍ଦ୍ରପୁର, ବାଳିକା ଉଚ୍ଚ ବିଦ୍ୟାଳୟ ରାଇବିଜି ଆଦି ବିଦ୍ୟାଳୟଗୁଡିକ ପରିଦର୍ଶନ କରିଥିଲେ । ସମସ୍ତ ବିଦ୍ୟାଳୟ ପରିଦର୍ଶନ କରି ୧୦୦ଶଯ୍ୟା ବିଶିଷ୍ଠ ହଷ୍ଟେଲ, ସ୍କୁଲ ବିଲଡିଂ, ଶୈାଚାଳୟ, ଛାତ୍ରାବାସ ଓ ଆଇଏସଓ ପ୍ରୋଗାମ ତଦାରଖ କରିଥିଲେ ।

Omkar Vasthu
Omkar Vasthu


ପିଏ-ଆଇଟିଡିଏ ଶ୍ରୀ ଗମାଙ୍ଗଙ୍କ ଏହି ଗସ୍ତ ବେଳେ ତାଙ୍କ ସହିତ ଆଇଟିଡିଏର ସ୍ୱତନ୍ତ୍ର ଅଧିକାରୀ ବିନୟଭୂଷଣ ମହାନ୍ତି, ଅତିରିକ୍ତ ଜିଲ୍ଳା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ଡବ୍ଳ୍ୟୁଇଓ ତଲୱାର ଜେନ୍‌, ସହକାରୀ ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ଚନ୍ଦ୍ରପୁର ବିଦ୍ୟାଳୟର ରୋଷେଇ ଘର ଓ ଷ୍ଟାଫ୍ କ୍ୱାଟର୍ସଗୁଡିକର ଯଥାଶୀଘ୍ର ମରାମତି କରିବାକୁ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ସମସ୍ତ ବିଦ୍ୟାଳୟକୁ ଗସ୍ତ କରି ସରକାରଙ୍କ ଆଇଏସଓ ପ୍ରୋଗାମ ବିଲଡିଂଗୁଡିକ ଅନୁଧ୍ୟାନ କରି ଆବଶ୍ୟକ ମରାମତି କାର୍ଯ୍ୟକୁ ବର୍ଷାଦିନ ପୂର୍ବରୁ ସାରିବାକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ କହିଥିଲେ । ସମସ୍ତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକଶିକ୍ଷୟତ୍ରୀମାନଙ୍କ ଉପସ୍ଥିତିକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.