ଆରପାରିରେ ବିଶିଷ୍ଟ ସମାଜସେବୀ ଡ଼ଃ ସାଧୁରାମ ଅଗ୍ରଓ୍ବାଲ

ନର୍ଲା: ରୁପ୍ରାରୋଡର ବିଶିଷ୍ଟ ସମାଜସେବୀ ଡ଼ଃ ସାଧୁରାମ ଅଗ୍ରଓ୍ବାଲଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସହ ସର୍ବାଙ୍ଗୀନ ବିକାଶରେ ତାଙ୍କର ବିଶେଷ ଅବଦାନ ରହିଛି। କିଛିଦିନ ତଳେ ସେ ରୁପ୍ରାରୋଡ ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ରୁପ୍ରାରୋଡରେ ଏକ ମହାବିଦ୍ୟାଳୟ, ଉଚ୍ଚ ମାନର ଡାକ୍ତରଖାନା ସହ ଅନେକ କିଛି ଜନ ହିତକର କାର୍ଯ୍ୟ କରିବାକୁ ସେ ଯୋଜନା କରିଥିଲେ। କିନ୍ତୁ ଏସବୁ ପୁରଣ ହେବା ପୂର୍ବରୁ ଆରପାରିକୁ ଚାଲିଗଲା ଡ଼ଃ ଅଗ୍ରଓ୍ବାଲ। ତାଙ୍କର ଦେହାନ୍ତ କଥା ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଡ଼ଃ ସାଧୁରାମ ଅଗ୍ରଓ୍ବାଲଙ୍କ ଆବର୍ତ୍ତମାନରେ ନର୍ଲା ବିିିଧାୟକ ଭୁୁୁପିନ୍ଦର ସିଂ, ପୂର୍ବତନ ସାଂସଦ ରାସବିହାରୀ ବେହେରା, ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାଶ, ବିରୋଧିଦଳ ନେତା ପ୍ରଦିପ୍ତ କୁମାର ନାଏକ, ପୂର୍ବତନ ବିଧାୟକ କୁମରମଣୀ ଶବର, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ ଓ ରିନା ଭୋଇ, ନର୍ଲା କଂଗ୍ରେସ କମିଟି ସଭାପତି ସମୀର ଚାନ୍ଦ, ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା, ଯୁବ ସମାଜସେବୀ ମନୋଜ କୁମାର ପଟ୍ଟନାୟକ, ବିକାଶ ଦତ୍ତା, ଓଡ଼ିଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ସମେତ ମାରଓ୍ବାଡି ଯୁବାମଞ୍ଚ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.