ଇଟାଭାଟିରେ ନିର୍ଯାତିତ ୭୯ଜଣ ଓଡିଆ ଦାଦନ ଶ୍ରମିକ ଉଦ୍ଧାର: ୪ ଗର୍ଭବତୀ, ୨୧ ନାବାଳକ

ଭୁବନେଶ୍ୱର: ଅସହ୍ୟ ହେଉଛି ଦାଦନ ଦୁଃଖ। ବାହାର ରାଜ୍ୟରେ ନିର୍ଯ୍ୟାତିତ ହେଉଛନ୍ତି ଓଡ଼ିଆ ଶ୍ରମିକ। ତେଲେଙ୍ଗାନାର ସାଙ୍ଗାରେଡି ଜିଲ୍ଲାର ଏକ ଇଟାଭାଟିରେ ନିର୍ଯାତନାର ଶିକାର ହୋଇଥିବା ୭୯ଜଣ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏମାନେ ନୂଆପଡା ଓ ବଲାଙ୍ଗୀର ଜିଲ୍ଲାର ବୋଲି ଜଣାପଡ଼ିଛି। ଉଦ୍ଧାର ହୋଇଥିବା ଶ୍ରମିକ ମାନଙ୍କ ମଧ୍ୟରେ ୨୧ ଜଣ ନାବାଳକ ଏବଂ ୪ଜଣ ଗର୍ଭବତୀ ଅଛନ୍ତି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ବରଗଡ ଜିଲ୍ଲାର ସମାଜସେବୀ ରଞ୍ଜିତା ପ୍ରିୟଦର୍ଶିନୀ ଇଟାଭାଟିରେ ନିୟୋଜିତ ଶ୍ରମିକମାନେ ନିର୍ଯ୍ୟାତିତ ହେଉଥିବା ସୂଚନା ପାଇଥିଲେ। ଶ୍ରମିକମାନେ ରଞ୍ଜିତାଙ୍କୁ କହିଥିଲେ ଯେ, ସେମାନଙ୍କ ମଧ୍ୟରୁ କେତେକ ଜ୍ୱର ଏବଂ ଥଣ୍ଡା ରୋଗରେ ପୀଡିତ ଥିଲେ। କିନ୍ତୁ ସେମାନେ ଡାକ୍ତରଖାନାରେ ଭର୍ତ୍ତି ହେବା ସତ୍ତ୍ବେ ମାଲିକ ସେମାନଙ୍କୁ ନିର୍ଯ୍ୟାତନା ଦେଉଥିଲେ। ଦେହ ଖରାପ ସତ୍ତ୍ବେ ମଧ୍ୟ କାମ କରିବାକୁ ବାଧ୍ୟ କରୁଥିଲେ। ଏ ସମନ୍ଧରେ ରଞ୍ଜିତା ଓଡ଼ିଶା ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ସାଙ୍ଗାରେଡି, ନୂଆପଡା ଏବଂ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ମେଲ ମାଧ୍ୟମରେ ସୂଚନା ଦେଇଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ସାଙ୍ଗାରେଡି ଜିଲ୍ଲା ପ୍ରଶାସନ ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୭୯ ଜଣ ପ୍ରବାସୀଙ୍କୁ ଇଟାଭାଟିରୁ ଉଦ୍ଧାର କରି ବସରେ ଓଡ଼ିଶା ପଠାଇ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.