ଲକଡାଉନରେ କୋଭିଡ ନିୟମ ପାଳନ କରିବାକୁ ବ୍ୟବସାୟୀଙ୍କ ସହିତ ପ୍ରଶାସନର ଆଲୋଚନା

କଳାହାଣ୍ଡି, (ନରୋତ୍ତମ ସେଲମା): ଆଜି ଠାରୁ ରାଜ୍ୟ ବ୍ୟାପି ୧୪ ଦିନିଆ ଲକଡାଉନ ଆରମ୍ଭ ହୋଇଛି। ଏହି ସମୟରେ ବ୍ୟବସାୟୀମାନେ କିଭଳି ଠିକରେ ନିୟମକୁ ପାଳନ କରିବେ ସେ ନେଇ କର୍ଲ।ମୁଣ୍ଡା ବ୍ଲକ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟବସାୟୀମାନଙ୍କ ସହ ଏକ ନେଇ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏଥିରେ କର୍ଲମୁଣ୍ଡା ବିଡ଼ିଓ ପ୍ରିୟଦର୍ଶିନୀ ମିର୍ଧା, ତହସିଲଦାର ବାସନ୍ତୀ ସେଠୀ, ଫାଣ୍ଡି ଅଧିକାରୀ ଅଧିଶ ଚନ୍ଦ୍ର ବିଶ୍ୱାସ ପ୍ରମୁଖ ଉପସ୍ଥିତ ରହି ବ୍ୟବସାୟୀ ମାନଙ୍କୁ ସମସ୍ତ ପ୍ରକାର ନିୟମ ପାଳନ କରିବାକୁ ଅନୁରୋଧ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ବଣିକ ସଂଘର ଗୌର କିଶୋର ରଣା, ଚକ୍ରଧର ସାହୁ, ସୁଶାନ୍ତ ମଲ୍ଲିକ, ଅନୁପ ମଲ୍ଲ, ଦେବାଶିଷ ଧଳ ପ୍ରମୂଖ ଉପସ୍ଥିତ ଥିଲେ। ସେହିପରି ବ୍ଲକର ଅନ୍ୟତମ ପ୍ରମୁଖ ବ୍ୟବସାୟିକ ସ୍ଥଳୀ ରିଷିଡାରେ ମଧ୍ୟ ଲକଡାଉନ ଅଧିନିୟମ ପ୍ରତିପାଳନ ପାଇଁ ଫାଣ୍ଡିଅଧିକାରୀ କ୍ଷୀରସିନ୍ଧୁ ମାଝୀଙ୍କ ନେତୃତ୍ୱରେ ପୁଲିସ ଟିମ ସଚେତନ କରିଛନ୍ତି। ଆଜି ଲକଡାଉନର ପ୍ରଥମ ଦିନରେ ଏଠାରେ କିରାନା ଦୋକାନ, ଫଳ ଓ ପନିପରିବା ଦୋକାନ ବ୍ୟତୀତ ଅନ୍ୟ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଛି। ରାସ୍ତାଘାଟ ଶୂନଶାନ ରହିଥିବା ବେଳେ ଯାନବାହାନ ଚଳାଚଳ ଓ ଲୋକଙ୍କ ଯାତାୟାତ ମଧ୍ୟ ବନ୍ଦ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.