ଲକଡାଉନର ପ୍ରଥମ ଦିବସ: ରାସ୍ତାଘାଟ ଜନଶୂନ୍ୟ, ପୋଲିସର ପେଟ୍ରାଲିଂ ବ୍ୟବସ୍ଥା କଡାକଡି

ରାମନାଗୁଡା: ମହାମାରୀ କରୋନାର ଦ୍ବିତୀୟ ଲହର ଭୟଙ୍କର ରୂପ ନେଉଥିବାବେଳେ ଏହାକୁ ପ୍ରତିହତ କରିବାକୁ ରାଜ୍ୟସରକାର ସାରା ଓଡିଶାକୁ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ରାମନାଗୁଡାରେ ମଧ୍ୟ ଲକଡାଉନର ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୬ଟାରୁ ଦିନ ୧୨ଘଣ୍ଟା ପର୍ଯ୍ୟନ୍ତ କାଁ ଭାଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଛାଡ଼ିଦେଲେ ସମସ୍ତ ପ୍ରକାର ଦୋକାନ ବଜାର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଏଥିରେ ଆମ୍ବୁଲାନ୍ସସେବା, ବିଦ୍ୟୁତସେବା, ଟେଲିଫୋନ ସେବା, ଢ଼ାବା, ରେଷ୍ଟୁରାଣ୍ଟ, ସ୍ବାସ୍ଥ୍ୟ ଓ ମାଲ୍ ପରିବହନ ସହ କୃଷି ସମ୍ବନ୍ଧୀୟ ସେବାକୁ ଏଥିରୁ ବାଦ୍ ଦିଆଯାଇଛି।


ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ଲକଡାଉନ ସମୟରେ ଲୋକଙ୍କୁ ଘରୁ ନବାହାରିବାକୁ ଅନୁରୋଧ କରିବା ସହ ପୋଲିସ ପକ୍ଷରୁ ରାମନାଗୁଡା ମୁଖ୍ୟ ବଜାର ଛକ, ବ୍ଲକ ଅଫିସ ଛକ ସହ ଆନ୍ଧ୍ର ସୀମାନ୍ତବର୍ତ୍ତୀ ପ୍ରବେଶପଥ ଆଦି ସ୍ଥାନ ଗୁଡିକରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଲକଡାଉନ୍ ସମୟରେ କିଛି ଅମାନିଆଙ୍କୁ ଫାଇନ ଆଦାୟ କରାଯିବା ମାସ୍କ ଆଦି ବ୍ୟବହାର ସହ ଅତିଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ରାମନାଗୁଡା ଭାରାପ୍ରାପ୍ତ ତହସିଲଦାର ଫର୍ଡିଲାଣ୍ଡ ଏକ୍କା ଓ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବର, ଫାଣ୍ଡି ଅଧିକାରୀ, କୃତିବାସ ହରିଚନ୍ଦନ ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ସ୍ଥିତି ଅନୁଧ୍ୟାନ କରିବା ସୀମାନ୍ତରେ ପ୍ରବାସୀଙ୍କ ଆଗମନକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।


ପ୍ରତ୍ୟେକ ଦିନ ସମସ୍ତ ଅଧିକାରୀ ପ୍ରତ୍ୟେକ ଦିନ ସୀମାନ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ଲୋକଙ୍କୁ ମାସ୍କ ବ୍ୟବହାର ନେଇ ସଚେତନ କରୁଛନ୍ତି। ବର୍ତ୍ତମାନ ଆନ୍ଦ୍ର-ତେଲେଙ୍ଗାନାରେ ଦେଖାଦେଇଥିବା ନୂଆ ଷ୍ଟ୍ରେନକୁ ରାଜ୍ୟ ସରକାର ଚିନ୍ତାପ୍ରକଟ କରୁଥିବା ବେଳେ ବାହାର ରାଜ୍ୟରୁ ଆସୁଥିବା ନୂଆ ଷ୍ଟ୍ରେନକୁ ନେଇ ସ୍ଥାନୀୟ ପ୍ରଶାସନ ପାଇଁ ମୁଣ୍ଡବ୍ୟଥା କାରଣ ପାଲଟିଛି। ଅନ୍ୟ ପକ୍ଷରେ ସୀମାନ୍ତରେ ପ୍ରବାସୀଙ୍କ ଅନୁପ୍ରବେଶକୁ ଦୃଷ୍ଟିରେ ରଖି ସୀମାନ୍ତ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି।ସେହିପରି ଆନ୍ଧ୍ର-ସୀମାନ୍ତ ଅନେକ ଗଳାବାଟ ରହିଥିବାରୁ ସୁଲୁଡି ନିକଟରେ ଅନ୍ୟ ଏକ ଅସ୍ଥାୟୀ ଚେକ୍ ପୋଷ୍ଟ କରାଯିବାକୁ ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ରାମନାଗୁଡା ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.