ଆତଙ୍କ ରଚିଲେ ହାତୀପଲ: ଭାଙ୍ଗିଲେ ଆମ୍ବ ଗଛ, ନର୍ସରୀ କଲେ ନଷ୍ଟ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଧିନସ୍ଥ ମୂଷାନାଳ ଓ ଲାଞ୍ଜିଗଡ଼ ସେକ୍ସନ ଅଞ୍ଚଳରେ ଜଙ୍ଗଲୀ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଆଜକୁ ସପ୍ତାହେ ହେଲା ହାତୀପଲ ଜଙ୍ଗଲରୁ ଜନବସତି ମୁହାଁ ହୋଇଛନ୍ତି।ମଙ୍ଗଳବାର ରାତି ସାଢ଼େ ୧୧ ଘଣ୍ଟା ସମୟରେ ମୂଷାନାଳ ସେକ୍ସନ ବୋରି ଜଙ୍ଗଲରୁ ୧୦ରୁ ୧୨ ହାତୀପଲ ଆସି ଛତ୍ରପୁର ପଞ୍ଚାୟତ ଟାଙ୍ଗନକଣା ଗାଁ ଡ୍ୟାମ ନିକଟରେ ଥିବା ଚାରା ଉତ୍ପାଦନ କେନ୍ଦ୍ର(ନର୍ସରି)ରେ ପଶି ମାଡି ଚକଟି ନଷ୍ଟ କରିଦେଇଛନ୍ତି।


ଗତ ଜାନୁୟାରୀ ମାସରେ ଲାଞ୍ଜିଗଡ଼ ସେକ୍ସନ ଦ୍ବାରା ୫୦ ହଜାର ଚାରା ବିନିମୟର ଏହି ନର୍ସରି ହୋଇଥିଲା।କିନ୍ତୁ ମଙ୍ଗଳବାର ଏହି ହାତୀପଲ ପ୍ରାୟ ୧୫ ହଜାର ରୁ ଉର୍ଦ୍ଧ୍ବ ସାଗୁଆନ, ବରଡ଼ା, କରଞ୍ଜ, ରାଧାଚୁଡା, ବଡ ଚାକୁଣ୍ଡା ଚରାକୁ ମାଡି ଚକଟି ନଷ୍ଟ କରିବା ସହିତ ନର୍ସରି ବାଡା ଓ ଛାମୁଣ୍ଡାକୁ ମଧ୍ୟ ଭାଙ୍ଗିଦେଇ ଥିଲେ। ଦାଇତ୍ୱରେ ଥିବା ସାଣ୍ଡରୁ ମାଝୀ, ସୁଶାନ୍ତ ମାଝୀଙ୍କ ସହିତ ଅନ୍ୟ ମାନେ ହାତୀପଲର ଭୀଷଣ ଗର୍ଜନ ଶୁଣି ନର୍ସରି ଛାଡି ଜୀବନ ବିକଳରେ ଚାଲି ଯାଇଥିଲେ।


ପରେ ହାତୀପଲ ନିକଟରେ ଥିବା ଲାଞ୍ଜିଗଡ଼ ପଞ୍ଚାୟତର ଗାଇପଟା ଗାଁର ସାଇବାଣୀ ମାଝୀଙ୍କ ଆମ୍ବ ବଗିଚାରେ ପଶି ୪ ଗୋଟି ଫଳତୀ କଲମୀ ଆମ୍ବ ଗଛକୁ ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ କରି ଦେଇଛନ୍ତି। ଏହାପରେ ଏହି ହାତୀପଲ ନିକଟସ୍ଥ ରାହୁଳ ଝିମିରି ଜଙ୍ଗଲକୁ ଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।ସେହିପରି ଗତ ଶନିବାର ଦିନ ରାତିରେ କାନକୁଟୁରୁ ଗାଁର ଶୁକ୍ରୁ ପ୍ରଧାନୀ, ରବି ପ୍ରଧାନୀ, ଗୁପ୍ତେଶ୍ଵର ପ୍ରଧାନୀ ଓ ଅକ୍ଷୟ ପ୍ରଧାନୀଙ୍କ ୫୦ ରୁ ଉର୍ଦ୍ଧ୍ବ ଆମ୍ବ ଗଛକୁ ନଷ୍ଟ କରିଥିବା ସୂଚନା ମିଳିଛି।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.