କରୋନା ନେଲା ଆଉଏକ ସାମ୍ବାଦିକଙ୍କ ଜୀବନ

କୋରାପୁଟ: ମହାମାରୀ କରୋନା ଉଜାଡି ଦେଉଛି ସୁନାର ସଂସାର। ରାଜ୍ୟରେ ପୁଣି ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି କରୋନା। କୋରାପୁଟ ଜିଲ୍ଲା ଜୟପୁରର ସୁମିତ ଅନକା କରୋନାରେ ସଂକ୍ରମିତ ହୋଇ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୪ ବର୍ଷ ବୟସ ହୋଇଥିଲା। ଏହି ଖବର ପ୍ରଚାରିତ ହେବାପରେ ଜୟପୁରରେ ଶୋକର ଛାୟା ଖେଳିଯାଇଛି। ସୁମିତ ଦୈନିକ ଖବରକାଗଜ ପାୟୋନିଅରର ବିଶାଖାପାଟଣା ପ୍ରତିନିଧି ଭାବେ କାମ କରୁଥିଲେ। ପୂର୍ବରୁ ଇଂରାଜୀ ଖବର କାଗଜ ଡେକାନ କ୍ରୋନୋକିଲରେ କ୍ରାଇମ ରିପୋର୍ଟର ଭାବେ ସେ ଦାଇତ୍ୱ ନିର୍ବାହ କରିଛନ୍ତି। ତେବେ ଗତ ଏପ୍ରିଲ ୨୨ରେ ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା। ଏହାପରେ ସେ କରୋନା ପରୀକ୍ଷା କରିବାରୁ ତାଙ୍କର ରିପୋର୍ଟ ପିଜିଟିଭ ଆସିଥିଲା। ସଙ୍ଗେ ସଙ୍ଗେ ତାଙ୍କୁ କୋଭିଡ କେୟାର ହସ୍ପିଟାଲରେ ଭର୍ତି କରାଯାଇଥିଲା। କିନ୍ତୁ ୨୪ ତାରିଖରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଗତକାଲି ସନ୍ଧ୍ୟା ୬ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.