କର୍ଲାମୁଣ୍ଡା ପ୍ରେସ କ୍ଲବର ସମସ୍ତ ସାମ୍ବାଦିକଙ୍କୁ ଦିଆଗଲା କୋଭିଡ୍ ଭେକସିନ

କଳାହାଣ୍ଡି : ଓଡିଶା ସରକାରଙ୍କ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ମାନଙ୍କୁ ସମ୍ପ୍ରତି ସରକାର କରୋନା ଯୋଦ୍ଧା ଘୋଷଣା କରିବା ସହ ଅଗ୍ରାଧିକାର ଭିତ୍ତିରେ ଭେକସିନ ଦେବାକୁ ନିର୍ଦେଶ ଦେଇଛନ୍ତି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସିଡିଏମଓଙ୍କୁ ଚିଠି କରିବା ପରେ ସିଡିଏମଓ ବ୍ଲକ ମେଡିକାଲ ଅଫିସରଙ୍କୁ ଚିଠି କରି କର୍ଲମୁଣ୍ଡା ବ୍ଲକର ଆଠ ଜଣ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ଭେକସିନ ଦେବାକୁ ନିର୍ଦେଶ ଦେଇଛନ୍ତି।

ଫଳରେ ପ୍ରେସ କ୍ଲବର ସମସ୍ତ ୭ ଜଣ ସାମ୍ବାଦିକ ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହେବା ସହ ଆଜି ବାକି ଥିବା ସାମ୍ବାଦିକ ଭେକସିନ ନେଇଛନ୍ତି। ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମା, ସମ୍ପାଦକ ପ୍ରଦୀପ ସାହୁ, ସଂଗଠନ ସମ୍ପାଦକ ଭଜଶ୍ୟାମ ସାହୁ, ଉପସଭାପତି ଯୁବରାଜ ସାହୁ, ସହସମ୍ପାଦକ ସତ୍ୟନାରାୟଣ କୁମାର, କୋଷାଧକ୍ଷ ସୌମ୍ୟ ରଞ୍ଜନ ତ୍ରିପାଠୀ, ମୁଖ୍ୟ ଉପଦେଷ୍ଟା କମ୍ବୁପାଣି ସାହୁ ପ୍ରମୁଖ ସମସ୍ତ ପ୍ରେସ କ୍ଲବ ସଦସ୍ୟ ଭେକସିନ ନେଇଛନ୍ତି। ଏଥିପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ ରାଜ୍ୟ ପ୍ରଶାସନକୁ ଧନ୍ୟବାଦ ଜଣାଇଛି ପ୍ରେସ କ୍ଲବ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.