ସାହିତ୍ୟିକା ସୁସ୍ମିତା ସାହୁଙ୍କ ସ୍ମୃତିଚାରଣ ସଭା

ଭୁବନେଶ୍ୱର: ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ /ନିଶିଗନ୍ଧା ସାହିତ୍ୟ ସଂସଦ ଖୋର୍ଦ୍ଧା ଆନୁକୁଲ୍ୟରେ ସାହିତ୍ୟିକା ସୁସ୍ମିତା ସାହୁଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ରଜନୀ ରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ତଥା ସଂସଦର ପ୍ରତିଷ୍ଠାତା ବଳରାମ ତରାଇଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମୋଡରେ ଏହା ଆୟୋଜିତ ହୋଇଥିଲା। ଜଣେ ବିଶିଷ୍ଟ ସାହିତ୍ୟିକା ତଥା ଆଦର୍ଶ ଶିକ୍ଷୟିତ୍ରୀ ସସ୍ମିତା ସାହୁଙ୍କ ଆବର୍ତ୍ତମାନରେ ସଂସଦ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇବାସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି।

ସଭା ପ୍ରାରମ୍ଭରେ ସ୍ବର୍ଗତ ସସ୍ମିତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସ୍ମୃତିଲିପିର ସମ୍ପାଦକ ଭୁବନ ମୋହନ ମହାନ୍ତି ସ୍ମୃତିଚାରଣ କରି ଗଭୀର ଶୋକ ପ୍ରକାଶ କରିଥିଲେ। ଏଥିରେ ଅଂଶଗ୍ରହଣ କରିଥିବା ନିଶିଗନ୍ଧା ପରିବାରର ସମସ୍ତ ସାରସ୍ଵତ ସାଧକ ସାଧିକା ମାନେ ନିଜର ନିଜର ଅଶ୍ରୁଳ ଭାବଗର୍ଭକ ମତବ୍ୟକ୍ତ କରି ସ୍ବର୍ଗତ ସସ୍ମିତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ପରିବାରଙ୍କ ସୁସ୍ଥ ନିରାମୟ ଜୀବନ ପାଇଁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ। ଦୁର୍ଭାଗ୍ୟର ବିଷୟ ଯେ, ସସ୍ମିତାଙ୍କ ଦଶ ବର୍ଷର ଝିଅ ଓ ତାଙ୍କ ମାତା ପିତା ବି ଏବେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ସେମାନେ ଏଭଳି ଏକ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଭଗବାନ ତାଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ସମସ୍ତେ ସମବେତ ଭାବରେ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ।

ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ନିଶିଗନ୍ଧାର ପ୍ରତିଷ୍ଠାତା ତଥା ସମାଜସେବୀ ବଳରାମ ତରାଇ, ନିଶିଗନ୍ଧା ରାଜ୍ୟ ସହ-ସଂଯୋଜକ ତଥା ଲେଖକ ତ୍ରିନାଥ ପଟ୍ଟନାୟକ, ନିଶିଗନ୍ଧା ପରିବାରର ସାରସ୍ଵତ ସାଧକ ମୁରାରି ପ୍ରସାଦ ପଶାୟତ, କରୁଣାକର ମଲ୍ଲିକ, ଅମୂଲ୍ୟ ନାୟକ, ଚିତ୍ତରଞ୍ଜନ ନନ୍ଦ, ଗୋଦାବରୀ ଦାସ, ବୃନ୍ଦାବନ ପ୍ରଧାନ, ଚନ୍ଦ୍ରଭାନୁ ବେହେରା, ନୀଳାଦ୍ରି ନାଥ ଜଗଦେବ ତଥା ସାରସ୍ବତ ସାଧିକା ପୁଷ୍ପିତା ଭୋଇ, ଅର୍ଚ୍ଚନା ଦାସ, ରିତା ପାଟଯୋଷିଙ୍କ ସମେତ ବହୁ ସଂଖ୍ୟାରେ କବି କବୟିତ୍ରୀ ଉପସ୍ଥିତ ରହି ସ୍ବର୍ଗତ ସସ୍ମିତା ସାହୁଙ୍କ ଜୀବନୀ ଏବଂ ସ୍ମୃତିଚାରଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ସଭାକୁ ଯୁଧିଷ୍ଟିର ମୃଦୁଳି ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.