ବାନେର ଠାରେ ୧୪ ଦିନିଆ ଲକଡାଉନର ପ୍ରଭାବ

ଜୟପାଟଣା: କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମେ ୫ରୁ ୧୯ତାରିଖ ପର୍ଯ୍ୟନ୍ତ ୧୪ଦିନ ପାଇଁ ସାରା ଓଡିଶାକୁ ଲକଡାଉନ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ବାନେରରେ ଲକଡାଉନ କଡାକଡି ରହିଛି। ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ବାନେରର ସାପ୍ତାହିକ ବଜାର ବନ୍ଦ ରହିଛି। ଦିନ ୧୨ଟା ପରେ ମେଡିକାଲ ଷ୍ଟୋର ଛାଡ଼ି ବାକି ସମସ୍ତ ଦୋକାନ ବଜାର ବନ୍ଦ ରହୁଛି। ରାସ୍ତାରେ ଜରୁରୀ କାଳିନ ଯାନ ବ୍ୟତିତ କାଁଭାଁ ଯାନ ବାହାନ ଚଳାଚଳ କରୁଛି। କେତେକ ଅମାନିଆଙ୍କୁ ଛାଡି ଲୋକେ ସଚେତନ ଥିବା ଦେଖିବାକୁ ମିଳୁଛି।

ଜୟପାଟଣାରୁ ଧନେଶ୍ଵର ପୁଞ୍ଜିଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.