ପଦ୍ମଥପା ଗାଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଲାଞ୍ଜିଗଡ଼: ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଲାଞ୍ଜିଗଡ଼ ବ୍ଲକ ବେନଗାଁ ପଞ୍ଚାୟତର ପଦ୍ମଥପା ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ଜଣାପଡ଼ିଛି। ଅଞ୍ଚଳରେ ସତର୍କତା ତଥା ସଚେତନତା ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନ ତଥା ବ୍ଲକ ପ୍ରଶାସନ ନିର୍ଦ୍ଦେଶରେ ବେନଗାଁ ପଞ୍ଚାୟତ କର୍ତ୍ତୃପକ୍ଷ ପଦ୍ମଥପା ଗ୍ରାମରେ ବ୍ୟାରିକେଟ ନିର୍ମାଣ କରିଛନ୍ତି। ବେନଗାଁ ସରପଞ୍ଚ ସୁକାନ୍ତି ମାଝୀ, ପଞ୍ଚାୟତ ନିର୍ବାହି ଅଧିକାରୀ ମନୋଜ ଶବର, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ ପ୍ରମୁଖ କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳ ବୁଲି ଦେଖିବା ସହିତ ଲାକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ।

ସେହିପରି ଭାବେ ବିଶ୍ୱନାଥପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ହେଲଥ ଟିମ୍ ଆକ୍ରାନ୍ତଙ୍କ ସହିତ ଆଲୋଚନା କରି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏନେଇ ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗାଙ୍କୁ ପଚାରିବାରୁ ମେ ୭ ତାରିଖ ଠାରୁ ମେ ୧୨ ତାରିଖ ପର୍ଯ୍ୟନ୍ତ ପଦ୍ମଥପା ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ବୋଲି ପ୍ରକାଶ କରିଛନ୍ତି।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.