ରାୟଗଡ, (ଶିବ ନାରାୟଣ ଗୈାଡ): ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନର୍ସମାନେ ସବୁବେଳେ ଆଗଧାଡିରେ ରହିଛନ୍ତି । ମହାମାରୀ କରୋନା କାଳରେ ତାଙ୍କର ନିଷ୍ଠାପର ନିସ୍ୱାର୍ଥପର ସେବା ଓ ଅବଦାନ ଅନେକ ରୋଗୀଙ୍କ ଜୀବନ ବଂଚାଇ ପାରିଛି । ଆଜି ବିଶ୍ୱ ନର୍ସ ଦିବସ ଅବସରରେ ରାୟଗଡ ଜିଲ୍ଳା କୋଲନରା ବ୍ଳକ ଥେରୁବାଲି ସ୍ଥିତ ଇମ୍ଫା କାରଖାନାର ଉପସଭାପତି ଏମଏଫଜି (ଏଫଏ) କେ.ଭି. ରାଓ ଇମ୍ଫା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କ ସମେତ ସମସ୍ତ ନର୍ସ ଏବଂ ଷ୍ଟାଫ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ।
ସେମାନଙ୍କର ନିଷ୍ପାପର ସେବା ଅଂଚଳବାସୀଙ୍କୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବାରୁ ହସ୍ପିଟାଲକୁ ଆସୁଥିବା ଅନେକ ରୋଗୀ ସୁସ୍ଥ ହୋଇପାରୁଛନ୍ତି ବୋଲି ଶ୍ରୀ ରାଓ ପ୍ରକାଶ କରିଥିଲେ । ଏହି ଅବସରରେ ଇମ୍ଫା ହସ୍ପିଟାଲର ଭାରପ୍ରାପ୍ତ ମେଡିକଲ ଅଧିକାରୀ ଡାକ୍ତର ପି.କେ.କର, ଇମ୍ଫା କାରଖାନାର ଡିଜିଏମ କଲୋଲ କୁମାର ନାୟକ, ଲୋକ ସଂପର୍କ ବିଭାଗର ବରିଷ୍ଠ ଅଧିକାରୀ ଶକ୍ତିପ୍ରସାଦ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।