ନିଶିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟସ୍ତରୀୟ ସାରସ୍ବତ ଆଲୋଚନା ଚକ୍ର

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ବିପ୍ଳବ ସୃଷ୍ଟି କରୁଥିବା ନିଶିଗନ୍ଧା ସାହିତ୍ୟ ସଂସଦ ଆନୁକୁଲ୍ୟରେ ଦ୍ଵିତୀୟ ରାଜ୍ୟସ୍ତରୀୟ ସାରସ୍ୱତ ଆଲୋଚନା ଚକ୍ର ଗୁଗୁଲ୍ ମିଟ୍ ଜରିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶା ସରକାରଙ୍କ କ୍ରୀଡା ଏବଂ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଅନୁଷ୍ଠାନର ପଥପ୍ରଦର୍ଶକ ପୂର୍ବତନ ସାଂସଦ ତଥା ବିଶିଷ୍ଟ କବି ପ୍ରଫେସର ଡ଼ଃ. ପ୍ରସନ୍ନ ପାଟଶାଣୀ ଏବଂ ଶ୍ରୀଯୁକ୍ତ ପଦ୍ମନାଭ ତ୍ରିପାଠୀ ପ୍ରମୁଖ ଉଦ୍ଘାଟକ ଭାବରେ ଯୋଗ ଦେଇଥିଲେ। ଏହି ସାରସ୍ବତ ଆସର ପ୍ରାରମ୍ଭରେ ପଣ୍ଡିତ ନାରାୟଣ ରଥଙ୍କ ଦ୍ୱାରା ଏକ ଭଜନ ପରିବେଷଣ ହୋଇଥିଲା। ସଂସଦର ସଭାପତି ଡଃ. ରଜନୀ ରଞ୍ଜନ ଦାସ ସଭାପତିତ୍ୱ ଅଭିଭାଷଣରେ ସାହିତ୍ୟର ବିଭିନ୍ନ ଦିଗ ଉପରେ ଅଭିମତ ରଖିଥିଲେ। ସଂସଦର ପ୍ରତିଷ୍ଠାତା ବଳରାମ ତରାଇ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି ସଂଯୋଜନା କରିଥିଲେ। ପ୍ରଥମତଃ ସମାଜର ପରିବର୍ତ୍ତନରେ ସାହିତ୍ୟର ଭୂମିକା ଶୀର୍ଷକରେ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ନିଜର ବଳିଷ୍ଠ ବକ୍ତବ୍ୟ ରଖିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ “ରାଜନୈତିକ ପୃଷ୍ଠଭୂମିରେ ସାହିତ୍ୟ ଏକ ଅନୁଶୀଳନ ଶୀର୍ଷକ” ଉପରେ ଓଡିଆ ଭାଷା ଆନ୍ଦୋଳନର ସଚିବ ସୁବ୍ରତ ପୃଷ୍ଟି ନିଜ ତଥ୍ୟଗତ ବକ୍ତବ୍ୟ ରଖିଥିଲେ। ପରେ ପରେ ତୃତୀୟ ପର୍ଯ୍ୟାୟରେ “ଆଧୁନିକ କବିତାର ଦିଗ ଓ ଦିଗନ୍ତ” ଉପରେ ବିଶିଷ୍ଟ କଥାକାର ତଥା ଗାଳ୍ପିକ କବି ଡ଼ଃ. ଅଜୟ ସ୍ୱାଇଁ ବହୁମୂଲ୍ୟ ଉପାଦେୟ ପୂର୍ଣ୍ଣ ଆଲୋଚନା କରିଥିଲେ। ସମସ୍ତ ଅତୁଳନୀୟ ଶବ୍ଦ, ଭାବ, ଆବେଗ ତଥା ତଥ୍ୟଯୁକ୍ତ ଆଲୋଚନାର ସାରାଂଶ ସଂସଦର କାର୍ଯ୍ୟକାରୀ ସଭାପତି ଡ଼ଃ. ଗୀତାଶ୍ରୀ ପ୍ରିୟମ୍ବଦା ପ୍ରଦାନ କରିଥିଲେ। ଶେଷରେ ସଂସଦର ମୁଖ୍ୟ ସମ୍ପାଦିକା ସରସ୍ବତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସଂସଦର ରାଜ୍ୟ ପୃଷ୍ଟପୋଷକ କରୁଣାକର ମଲ୍ଲିକ ଆଲୋଚନାର ସାରାଂଶ ପାଠ କରିଥିଲେ। ଏହି ଆଲୋଚନା ଚକ୍ରରେ ଡ଼ଃ. କୁଳମଣି ଓଝା, ପଶ୍ଚିମାଞ୍ଚଳର ବିଚାରକ କୈଳାଶ ପଟ୍ଟନାୟକ, ଦକ୍ଷିଣାଞ୍ଚଳର ବିଚାରକ କବିସୌରଭ କୈଳାଶ ବେହେରା, ଡ଼ଃ. ସୁଷମା କର, ଡ଼ଃ. ସୁଧାମାୟୀ ବେହୁରା, କଲ୍ୟାଣୀ ନନ୍ଦ, ଅନୁସୟା ଦେବତା, ଅର୍ଚ୍ଚନା ଦାସ, ରଶ୍ମିମୟୀ ପଟ୍ଟନାୟକ, ଡ଼ଃ. ନୀଳାଦ୍ରି ଜଗଦେବ, ଡ଼ଃ. ସୁମତି ସାହୁ, ନିଶିଗନ୍ଧାର ସହ-ସଂଯୋଜକ ସୁସାହିତ୍ୟିକ ତଥା ଗାଳ୍ପିକ ତ୍ରିନାଥ ପଟ୍ଟନାୟକ ଆଦି ବିଶିଷ୍ଟ କବି, ଗାଳ୍ପିକ, ସାହିତ୍ୟିକଙ୍କ ସହ ସୁରମା ଦାସ, ମିନା ମୁଣ୍ଡ, ବିଜୟଶ୍ରୀ ନାଥ, ସଂଯୁକ୍ତା ପରିଡା, ତପସ୍ୱିନୀ ପଟ୍ଟନାୟକ, ବ୍ରତତୀ ପ୍ରିୟଦର୍ଶିନୀ, ଅର୍ଚ୍ଚନା ଦାସ, ଗଣେଶ କୁମାର ଜେନା, ଶ୍ରୀକାନ୍ତ ଭୋଇ, ପ୍ରଦୀପ କୁମାର ଦାସ, ହରିହର ଭୁକ୍ତା, ବନିତା ପଣ୍ଡିତ, ବସନ୍ତ କୁମାର ନାଥ, ଭଗବାନ ଓତା, ଗଣେଶ ଚନ୍ଦ୍ର ଜେନା, ନୂଆପଡା ଜିଲ୍ଲା ଓଟିଭିର ପ୍ରତିନିଧି ମାୟାଧର ସରାଫଙ୍କ, ସମ୍ବାଦ ଏବଂ ପ୍ରମେୟର ବିଶିଷ୍ଟ ସାମ୍ବାଦିକ ଏପରିକି ବିଭିନ୍ନ ପ୍ରାନ୍ତରୁ ଅନେକ ସ୍ରଷ୍ଟା ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.