ଅଜଣା ଗାଡି ଧକ୍କାରେ ଚାଲିଗଲା ଏକ ଜୀବନ

କୋରାପୁଟ: କୋରାପୁଟ ଜିଲ୍ଲା ମହାଦେଇପୁଟ ମଣ୍ଡାଗୁଡା କନ୍ୟା ଆଶ୍ରମ ନିକଟରେ ଘଟିଛି ଦୁର୍ଘଟଣା। ମୃତକ ସଦାଶିବ ପରସଲି। ଘଟଣା ସ୍ଥଳରେ ପୋଲିସ ପହଂଚି ଛାନବିନ ଆରମ୍ଭ କରିଛି। ଖବର ଅନୁଯାୟୀ ମହାଦେଇପୁଟ ଗାଁ ସଦାଶିବ ପରସଲି କୌଣସି ଏକ କାମରେ କୋରାପୁଟ ସହରକୁ ଯାଉଥିଲେ। କିନ୍ତୁ ମଣ୍ଡାଗୁଡା କନ୍ୟାଶ୍ରମ ନିକଟରେ ସଦାଶିବଙ୍କୁ ଏକ ଅଜଣା ଗାଡି ଧକା ଦେଇଥିଲା। ଯାହାଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ ସଦାଶିବଙ୍କ ଦୁଇ ଝିଅ ଗୋଟିଏ ପୁଅ ଥିବାବେଳେ ସ୍ୱାମୀର ଅକାଳ ମୃତ୍ୟୁରେ ସ୍ତ୍ରୀ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଥିଲା। ମହାଦେଇପୁଟ ଗ୍ରାମରେ ଶୋକର ଛାୟା ଖେଳି ଯାଇଅଛି। ଶୋକାକୁଳରେ ମୃତ ସଦାଶିବଙ୍କ ମର ଶରୀରକୁ ନିଜ କୁଳ ଧର୍ମ ରୀତିନୀତି ଅନୁସାରେ ଦାହ କରାଯାଇଛି। ତାଙ୍କର ଏହି ଶୋକାକୁଳ ପରିବେଶ ମଧ୍ୟରେ ବିଜେପି ବିଧାୟକ ପ୍ରାଥୀ ତ୍ରିପୁରା ଗରଡା, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ପାର୍ବତୀ ମସ୍ତି, ସ୍ଥାନୀୟ ନାଏବ ସରପଞ୍ଚ ଉପସ୍ଥିତ ରହି ଦୁଃଖୀ ପରିବାରକୁ ସମବେଦନା ଜଣାଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.