ସର୍ଗିଗୁଡା ୟୁପି ସ୍କୁଲରେ ଶୁକ୍ରବାର ଦିନ ଦିଆଯିବ କୋଭିଡ ଟିକା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମର ୪୫ ବର୍ଷରୁ ଉଦ୍ଧ୍ୱ ବ୍ୟକ୍ତିଙ୍କୁ ସର୍ଗିଗୁଡା ଉଚ୍ଚ ପ୍ରଥାମିକ ବିଦ୍ୟାଳୟ ଠାରେ ଆସନ୍ତା କାଲି (ଶୁକ୍ରବାର) କୋଭିଡ ଟିକା କରଣ କରାଯିବ । ଏଥିପାଇଁ କୋଭିଡ ଟିକା ନେବାକୁ ରହିଥିବା ଉପରୋକ୍ତ ବୟସର ବ୍ୟକ୍ତି ମାନେ ନିଜ ସହ ନିଜ ଆଧାର କାର୍ଡ ଏବଂ ନିଜ ମୋବାଇଲ ନମ୍ବର ନେଇକି ଯାଇଥିବେ । ଶୁକ୍ରବାର ସକାଳ ୮ ଘଣ୍ଟାରୁ ମଧ୍ୟାହ୍ନ ଗୋଟାଏ ଯାଏଁ ଟିକା କରଣ କାର୍ଯ୍ୟକ୍ରମ ଚାଲିବ ବୋଲି ଜଣାପଡିଛି । ଗୋଟିଏ ଦିନରେ କେବଳ ୧୫୦ ରୁ ୨୦୦ ଜଣ ବ୍ୟକ୍ତିଙ୍କୁ ହିଁ କୋଭିଡ ଟିକା ପ୍ରଦାନ କରାଯିବ । ଆଗାମୀ ଦିନରେ ଆବଶ୍ୟକତା ପଡିଲେ ପୁଣି ଟିକା କରଣ କରାଯିବ ବୋଲି ସୂଚନା ମିଳିଛି । ପ୍ରତ୍ୟହ ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ସ୍ୱତନ୍ତ୍ର ପ୍ରକୋଷ୍ଠରେ ବୟସ ଅନୁଯାୟୀ ସରକାରଙ୍କ ନିୟମାବଳୀ ଅନୁସାରେ ଗତ ଦୁଇମାସ ଧରି ଟିକା କରଣ ହେଉଥିଲା । ହେଲେ ଏବେ ଗ୍ରାମ ପଞ୍ଚାୟତ ଅନୁଯାୟୀ କୋଭିଡ ଟିକାକରଣ କରାଯିବ ବୋଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସୂଚନା ମିଳିଛି । ଏହି କ୍ରମରେ ଆସନ୍ତା କାଲି ଶୁକ୍ରବାର ତା. ୪/୬/୨୦୨୧ ରିଖ ସକାଳ ୮ ଘଣ୍ଟା ସମୟରେ କୋଭିଡ ଟିକାକରଣ ସର୍ଗିଗୁଡା ୟୁପି ସ୍କୁଲରେ ଆରମ୍ଭ ହେବ । ଆସନ୍ତା କାଲି ଗୋଟିଏ ଦିନ ହିଁ କରାଯିବ । ଏଣୁ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ସର୍ଗିଗୁଡା, ନର୍ଲାରୋଡ, ତୁଳାଗାଁ, ବେହେରାପାଟି, ଭଟାଙ୍ଗ, ପଟାଙ୍ଗପଡା, ଉଲିସିର୍କା, ବୁଦେଲପଦର, ବାଙ୍କେଲ ପ୍ରଭୃତି ଗ୍ରାମର ୪୫ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିମାନେ କେନ୍ଦ୍ରକୁ ଯାଇ କୋଭିଡ ଟିକା ନେଇପାରିବେ ବୋଲି ସୂଚନା ମିଳିଛିି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.