ଜନ ସଚେତନତା ସୃଷ୍ଟି କରି ବିଶ୍ୱ ରକ୍ତଦାତା ଦିବସ ପାଳନ କଲେ ଜାତୀୟ ଯୁବ ସ୍ବଚ୍ଛାସେବୀ

ଧର୍ମଗଡ: ବିଶ୍ୱରକ୍ତ ଦାତା ଦିବସ ଅବସରରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନ କଳାହାଣ୍ଡି ନେହେରୁ ଯୁବ କେନ୍ଦ୍ର ତରଫରୁ ଧର୍ମଗଡ ବ୍ଲକ ଜାତୀୟ ଯୁବ ସ୍ୱେଚ୍ଛାସେବୀ ମହେଶ୍ୱର ସୁନାନୀ ଏବଂ ରୁଦ୍ର ମହାରଣାଙ୍କ ନେତୃତ୍ୱରେ ବିଶ୍ୱରକ୍ତ ଦାତା ଦିବସ ପାଳିତ ହୋଇଯାଇଛି।

Omkar Vasthu
Omkar Vasthu


କିଛି ସମାଜସେବୀଙ୍କ ସାହାର୍ଯ୍ୟରେ ଏମାନେ ଏସଡିଏଚ ରକ୍ତଭଣ୍ଡାର, ହସ୍ପିଟାଲ୍ ଓ ସହରର ବିଭିନ୍ନ ସ୍ଥାନରେ ରକ୍ତଦାନ ସଚେତନତା ବାର୍ତ୍ତା ଦେବା ସହ ଲିଫଲେଟ୍ ମଧ୍ଯ ବାଣ୍ଟିଥିଲେ। ଏହାସହ ରକ୍ତଦାନ ପାଇଁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କ ନାମ ଠିକଣା ଫୋନ୍ ନମ୍ବର ମଧ୍ଯ ସଂଗ୍ରହ କରିଥିଲେ ଏବଂ ରକ୍ତ ଦରକାର ହେଲେ ତାଙ୍କୁ ଯୋଗାଯୋଗ କରିବାପାଇଁ ସମାଜସେବୀ ମହେଶ୍ୱର ସୁନାନୀ କହିଥିଲେ। ନେହେରୁ ଯୁବ କେନ୍ଦ୍ରର ଜାତୀୟ ସ୍ବଚ୍ଛାସେବୀଙ୍କ ଏହି ନିଆରା କାର୍ଯ୍ୟକ୍ରମକୁ ଦେଖି ଅଞ୍ଚଳର ବୁଦ୍ଧିଜୀବୀ ମାନେ ପ୍ରଶଂସା କରିବା ସହ ରକ୍ତଭଣ୍ଡାର ମୁଖ୍ୟ ଶୁଭେଚ୍ଛା ଜଣାଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଧର୍ମଗଡ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.