କୁମ୍ଭକର୍ଣ୍ଣ ନିଦରେ ଶୋଇଛି ଜଳ ସେଚନ ବିଭାଗ : କେନାଲ ବେଡ ସଫା ନକଲେ ପାଣି ମାଡିବ ନାହିଁ ଜମିକୁ

କଳାହାଣ୍ଡି, (ନବୀନ କିଶୋର ସାହୁ) : କୃଷି ଓ କୃଷକର ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟରେ ଯୋଜନା ପରେ ଯୋଜନା ପ୍ରଣୟନ କରି ଚାଲିଛନ୍ତି କିନ୍ତୁ କଳାହାଣ୍ଡିଆ ଚାଷୀର ଦୂଃଖ ଥମିବାର ନାଁ ନେଉନାହିଁ। କେନାଲ ଥାଇ ମଧ୍ୟ ଆବଶ୍ୟକତା ସମୟରେ ଜମିରେ ପାଣି ମଡାଇ ପାରୁନାହିଁ ଚାଷୀ। ସରକାରୀ କଳର ଉଦାସୀନତା ଓ ଖାମଖିଆଳ ମନୋଭାବ ଯୋଗୁଁ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି କେନାଲ। ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ସଂପୃକ୍ତ ବିଭାଗ ତରଫରୁ ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଚାଷି ମାନେ ଅଭିଯୋଗ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏପରି ଏକ ଦୃଷ୍ୟ ଦେଖିବାକୁ ମିଳିଛି କର୍ଲମୁଣ୍ଡା ବ୍ଲକ ୧୦ ନମ୍ବର କ୍ୟାମ୍ପ ରୁ ଭଟାପଳା – ରିଞ୍ଜା ସବ୍ ମାଇନର ନିକଟରେ ଆସିଥିବା ଭଟାପଳା କେନାଲ (ସବ୍‌ମାଇନର -୧) ଶାଖା କେନାଲ ରେଙ୍ଗାଲି, ଦେଓଗାଁ, ଖଲିଆପଡା ଗୁଡିକ ଅତ୍ୟଧିକ ମଇଳା ଆର୍ବଜନା ପଡି ପୋତି ହୋଇଯାଇଛି। ତେବେ କେନାଲ ଗୁଡିକର ବେଡ୍‌ ସଫେଇ ହୋଇ ନଥିବାରୁ ପାଣି ଶେଷମୁଣ୍ଡରେ ପହଞ୍ଚିପାରୁନାହିଁ। ଉତେଇ ଜଳସେଚନ ବିଭାଗ ପକ୍ଷରୁ ଜୁନ୍‌ ମାସ ଭିତରେ କେନାଲ ସଫା ହେବା କଥା କିନ୍ତୁ, ସଂପୃକ୍ତ ବିଭାଗ ତରଫରୁ ଏଥିପ୍ରତି ଧ୍ୟାନ ଦିଆଯାଉ ନାହିଁ। ଫଳରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ଅନୁମାନ କରାଯାଉଛି। ତେଣୁ ଅନ୍ୟୋପାୟ ଚାଷୀମାନେ ନିଜସ୍ବ ଶ୍ରମଦାନରେ ଗତ ବର୍ଷ କେନାଳ ସଫେଇ କରିଛନ୍ତି। ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ଆହୁରି କେନାଲ ବେଡ ସଫା କରାଇବାର ବ୍ୟବସ୍ଥା କରିବାକୁ ଚାଷି ମାନେ ଦାବି କରିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.