କଳାହାଣ୍ଡି, (ନରୋତ୍ତମ ସେଲମା): ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଏହି ଜିଲ୍ଲାର କର୍ଲାମୁଣ୍ଡା, ମ.ରାମପୁର ଓ ନର୍ଲା ବ୍ଲକର ୮୨ଟି ଗ୍ରାମରେ ଚାଲିଥିବା ସୁପୋଷଣ କାର୍ଯ୍ୟକ୍ରମ ଅନୁଯାୟୀ ହିତାଧିକାରୀ ମାନଙ୍କୁ ରିଲିଫ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ରେଗଡା ସରପଞ୍ଚ ସୁଶାନ୍ତ ପରିଡା ଉଦଘାଟନ କରିଥିଲେ।
ଏଥିରେ ସଂସ୍ଥାର ଗରୁଡ ଭୋଇ, ଜିତୁ ଭୋଇ, କିଶୋର ଦାସ, ଜଗଦିଶ ରଣା, ପ୍ରଦୀପ ସାହୁ, ଭୂପିନ୍ଦର ଚୌଧୁରୀ, ଟିଳେଶ୍ୱର ଗୌଡ, ପୁଷ୍ପା ବାରିକ, ଲିଙ୍ଗ ପାତ୍ର, ବାସନ୍ତୀ ସାହୁ ଓ ବିନୋଦିନୀ ନାଏକ ଉପସ୍ଥିତ ରହି ସହଯୋଗ କରିଥିଲେ ।