ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଅନ୍ତର୍ଗତ ଚନ୍ଦ୍ରପୁର ତହସିଲରେ ନୂତନ ତହସିଲଦାର ଭାବେ ଚିନ୍ମୟ ଦାସ (ଓ.ପ୍ର.ସେ.) କାର୍ଯ୍ୟରେ ଯୋଗ ଦାନ କରିଛନ୍ତି। ଏଥି ପୂର୍ବରୁ ତହସଦାର ଲକ୍ଷ୍ମୀନାରାୟଣ ସାବତ (ଓ.ଆର.. ଏସ୍.) ଏହି ତହସିଲରେ ଥିଲେ। ନୂତନ ତହସିଲଦାର ଶ୍ରୀ ଦାସ ତହସିଲ କାର୍ଯ୍ୟାଳୟ ତଥା ଅଞ୍ଚଳର ସମସ୍ୟା ଉପରେ ସମସ୍ତ ବିଷୟ ଅଫିସର ମୂଖ୍ୟ କିରାଣୀ ବିଶ୍ଵନାଥ ଶବର ଓ ସଦର ରାଜସ୍ବ ନିରୀକ୍ଷକ ବାପୁନୁ ବେହେରା ଓ ଅନନ୍ତଙ୍କ ସହିତ ଆଲୋଚନା କରିଥିଲେ।
ଅନ୍ୟପକ୍ଷରେ ବିନା ଅନୁମତିରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଫାଙ୍କି ଚନ୍ଦ୍ରପୁରୁ, ଡାଙ୍ଗସୋରଡା, ବାଙ୍ଗରଡା ଆଦି ନଦୀରୁ ବାଲି ଉଠାଣ, ବିନା କ୍ବାରୀରେ ଅନିୟମିତ ଭାଵେ ଡାଙ୍ଗସୋରଡା କ୍ରସର ମାଲିକ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଫାଙ୍କି, ବର୍ଷ ବର୍ଷ ଧରି ଡଡଗଣ୍ଡା,ପାଣ୍ଡ୍ରାଖାଲ ଛକ ଏବଂ ବିଭିନ୍ନ ପଥର ବଣିରୁ ଜେସିପି ଯୋଗେ ଚୋରା ପଥର ଆଣି କ୍ରସର ଚଲା ଯାଉଛି ଏହା ଉପରେ ନୂତନ ତହସିଲଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି।
ଗୁଣୁପୁର ଉପଖଣ୍ତ ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in