ଦୁଇ ଦିନିଆ ସ୍ୱାସ୍ଥ୍ୟସାଥୀ ତାଲିମ ଶିବିର ଉଦଯାପିତ

ଲାଞ୍ଜିଗଡ଼: ଜିଲ୍ଲାର ଅଗ୍ରଣୀ ସଂଗଠନ ଦାପ୍ତା ପକ୍ଷରୁ ଲାଞ୍ଜିଗଡ଼ ବ୍ଳକ ମୂଷାନାଲଠାରେ ଆୟୋଜିତ ଦୁଇ ଦିନିଆ ସ୍ୱାସ୍ଥ୍ୟସାଥୀ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ପ୍ରଥମ ଦିନରେ ଡାକ୍ତର ରେଣ୍ଡଲ ସ୍ୱାସ୍ଥ୍ୟସାଥୀମନଙ୍କୁ ମ୍ୟାଲେରିଆ, ଡାଇରିଆ, ନିମୋନିଆ ବିଷୟରେ ତାଲିମ ଦେବା ସହ ଆଗକୁ ବର୍ଷା ଦିନ ଆସୁଥିବା ବେଳେ ଗ୍ରାମାଞ୍ଚଳରେ ପଦୁର୍ଭାବ ବଢିବାର ଆଶଙ୍କାକୁ ନେଇ କିପରି ମୁକାବିଲା କରିହେବ ସେ ନେଇ ତାଲିମ ପ୍ରଦାନ କରିଥିଲେ।ସେହିପରି ଦ୍ୱିତୀୟ ଦିନରେ ପ୍ରଷିକ୍ଷେତ୍ରୀ ଶ୍ରୀମତି ସ୍ୱାତିକା ଗର୍ଭବତୀ ମା’ର ଯତ୍ନ, ଟିକା କରଣ, ପୁଷ୍ଟି ହୀନତା ଓ ଅନ୍ୟାନ୍ୟ ବିଷୟରେ ତାଲିମ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମଟିକୁ ଦାପ୍ତା ସଂସ୍ଥାର ଉପମୁଖ୍ୟ ଦିପନ କୁମାର ଶର୍ମା ପରିଚାଳନା କରିଥିଲେ। ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ସେଲକୋ ଫାଉଣ୍ଡେସନ ସିନିୟର ପ୍ରାଜେକ୍ଟ କଡିନେଟର ଅବିନାଶ କୁମାର ଯୋଗ ଦେଇ ଥିବାବେଳେ ଡାକ୍ତର ରେଣ୍ଡଲ, ଡାକ୍ତର ନିହାରିକା, ଏଏନଏମ୍ ସ୍ୱାସ୍ତିକା ପ୍ରଧାନ ଓ ନମିତା ମାଝୀ ତାଲିମ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବ୍ଳକ ୭ ଗୋଟି ଦୁର୍ଗମ ପଞ୍ଚାୟତରୁ ଆସିଥିବା ୨୦ ଜଣ ଗୋଷ୍ଠୀ ସ୍ୱାସ୍ଥ୍ୟନେତ୍ରୀ ମାନଙ୍କୁ ମଧ୍ୟ ଅକ୍ସି ମିଟର ଦେଇ ସ୍ୱାସ୍ଥ୍ୟ ସମର୍କିତ ତାଲିମ ଦିଆଯାଇଥିଲା। ବର୍ତ୍ତମାନ ଗ୍ରାମାଞ୍ଚଳରେ କରୋନା ରୋଗରୁ ରକ୍ଷା ତଥା ସେମାନଙ୍କୁ ଏଦିଗରେ ସତର୍କତା ସଚେତନ କରିବା ପାଇଁ ତାଲିମ ପ୍ରଦାନ କରାଯାଇଥିଲା।ଦାପ୍ତାରଏହି ଅଭିନୟ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଉଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.