ଡ୍ରେନ କାମରେ ଠିକାଦାରଙ୍କ ମନମୁଖି କାର୍ଯ୍ୟ: ବିରୋଧ କରି ଧାରଣାରେ ବସିଲେ ସ୍ଥାନୀୟ ବାସିନ୍ଦା

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକର ଦୁର୍ଗମ ମାଳିଯୁବାଙ୍ଗ ପଞ୍ଚାୟତ ସ୍ଥିତ ବଙ୍କାକୁଣ୍ଡୁରୁ ମା’ ସନ୍ତୋଷୀ ଜନ କଲ୍ୟାଣ ଫାଉଣ୍ଡେସନ ଚିକିତ୍ସାଳୟ ସମ୍ମୁଖରେ ନିର୍ମାଣ ହୋଇଥିବା ଡ୍ରେନ କାମକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ମୁଖ୍ୟ ରାସ୍ତା ଉପରେ ବସି ଧାରଣା ଦେଇଛନ୍ତି। ସୂଚନା ମୁତାବକ ମାଳିଯୁବାଙ୍ଗ ପଞ୍ଚାୟତର ବଙ୍କାକୁଣ୍ଡରୁ ମା’ ସନ୍ତୋଷୀ ଜନ କଲ୍ୟାଣ ଫାଉଣ୍ଡେସନ ଚିକିତ୍ସାଳୟ ସମ୍ମୁଖରେ ଦୀର୍ଘ ଦିନ ହେଲା ଡ୍ରେନ ନିର୍ମାଣ କରାଯାଇଥିଲା। ଡ୍ରେନ ସହିତ ଉପରେ ପ୍ଲେଟ ପଡି କଭର ହେବାର ଥିଲା, କିନ୍ତୁ ଡ୍ରେନ କାମ ଶେଷ ହୋଇ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଡ୍ରେନ ଉପରେ ପ୍ଲେଟ ପଡି ପାରିଲା ନାହିଁ। ଫଳରେ ଚିକିତ୍ସାଳୟକୁ ଆସୁଥିବା ଦୁର୍ଗମ ଅଞ୍ଚଳର ଅନେକ ରୋଗୀ ଡ୍ରେନରେ ପଢି ଖଣ୍ଡିଆ ଖାବରା ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି।

ଏହାକୁ ନେଇ ବାରମ୍ବାର ଅଞ୍ଚଳବାସୀ ଠିକାଦାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଠିକାଦାରଙ୍କ ଖାମ ଖିଆଲି ମନୋଭାବ ଯୋଗୁଁ ଲୋକଙ୍କ କଥାକୁ କର୍ଣ୍ଣପାତ କରିନଥିବା ଲୋକେ ଅଭିଯୋଗ କରିଛନ୍ତି। ତେଣୁ ବାରମ୍ବାର ଅଭିଯୋଗ ପରେ ଠିକାଦାର ନଶୁଣିବା ଯୋଗୁଁ ରବିବାର ଅଞ୍ଚଳବାସୀ ବଙ୍କାକୁଣ୍ଡୁରୁ ମୁଖ୍ୟ ରାସ୍ତା ଉପରେ ବସି ଧାରଣା ଦେଇଛନ୍ତି। ଡ୍ରେନ ଉପରେ ପ୍ଲେଟ ନପଡିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି। ଏଥିପ୍ରତି ତୁରନ୍ତ ଦାଇତ୍ୱରେ ଥିବା ଉଚ୍ଚ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ ନିଲେଶ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.