ହଜାରେରୁ ଉର୍ଦ୍ଧ୍ବ ବାହାର ରାଜ୍ୟର ଶ୍ରମିକ ଠୁଳ କରୁଛି ଜେକେ କାଗଜ କଳ: ସଂକ୍ରମଣ ବ୍ୟାପିବା ଚିନ୍ତାରେ ଅଞ୍ଚଳବାସୀ

● କମ୍ପାନୀର ଯନ୍ତ୍ରପାତି ରକ୍ଷାଣବେକ୍ଷଣ କାର୍ଯ୍ୟ ପାଇଁ ଜେକେପୁରରେ ବାହାର ରାଜ୍ୟର ପ୍ରବାସୀ ଶ୍ରମିକ

ରାୟଗଡ, (ଶିବ ନାରାୟଣ ଗୈାଡ): ବର୍ତମାନ ଗ୍ରୀନ ଜୋନରେ ରହିଛି ରାୟଗଡ ଜିଲ୍ଳା । ତେବେ ସ୍ଥାନୀୟ ଜେକେ କାଗଜ କଳ ନିଜ ସାମୟିକ ବାର୍ଷିକ ରକ୍ଷାଣବେକ୍ଷଣ ନିମନ୍ତେ ଆସନ୍ତା ଜୁନ୍ ୨୩ ତାରିଖରୁ ଜୁନ୍ ୩୦ତାରିଖ ପର୍ଯ୍ୟନ୍ତ ସପ୍ତାହ ଧରି କମ୍ପାନୀ ସଟଡାଉନ କରି ବାହାର ରାଜ୍ୟରୁ ଦେଢ ହଜାରରୁ ଉର୍ଦ୍ଧ ଶ୍ରମିକ ତଥା କର୍ମଚାରୀ ଆଣିବା ଖବର ପ୍ରଚାରିତ ହେବା ଏବଂ ଧୀରେ ଧୀରେ ରାଜ୍ୟ ବାହାରୁ ଆସୁଥିବା ଶ୍ରମିକଙ୍କ ଚଳପ୍ରଚଳକୁ ନେଇ କରୋନା ସଂକ୍ରମଣ ବ୍ୟାପିବା ଭୟଭୟତାକୁ ନେଇ ଚିନ୍ତାରେ ପଡିଛନ୍ତି ଜେକେପୁର ଓ ରାୟଗଡ ସହରବାସୀ । ବିହାର, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ପଶ୍ଚିମବଙ୍ଗ, ତାମିଲନାଡୁ ଓ ଅନ୍ୟ ରାଜ୍ୟରୁ ଶତାଧିକ ଶ୍ରମିକ ଜେକେପୁରରେ ପଂହଚିଥିବା ନେଇ ଜେକେପୁର ବାସିନ୍ଦାମାନେ ଚର୍ଚ୍ଚା କରିଛନ୍ତି । ବାହାର ରାଜ୍ୟରୁ ଆସୁଥିବା ଶ୍ରମିକଙ୍କୁ ଜେକେ କାଗଜ କଳ ପକ୍ଷରୁ ସ୍ଥାନୀୟ ସିଂଘାଣିଆ ସ୍କୁଲ ଓ କମ୍ୟୁନିଟି ବିଲଡିଂରେ ଆଶ୍ରୟ ଦିଆଯାଇଛି ।

Omkar Vasthu
Omkar Vasthu


ଅପରପକ୍ଷେ ସାମାଜିକ ଦୂରତାକୁ ବଜାୟ ରଖିବା ସହ ମାସ୍କ ପରିଧାନ ଏବଂ ଜନ ଗହଳି ନ କରିବା ଭଳି କୋଭିଡ-୧୯ ସୁରକ୍ଷା ନିୟମକୁ କଡାକଡି ଭାବେ ପାଳନ କରିବାକୁ ରାୟଗଡ ଜିଲ୍ଳା ପ୍ରଶାସନ ପକ୍ଷରୁ ନିବେଦନ କରାଯାଉଥିବା ବେଳେ ସାମୟିକ କ୍ରମେ ବାର୍ଷିକ ରକ୍ଷାଣବେକ୍ଷଣ ନାମରେ ଏକାଥରକେ ବାହାର ରାଜ୍ୟରୁ ହଜାର ହଜାର ଶ୍ରମିକଙ୍କୁ ଜେକେପୁର ଭଳି ଏକ ଛୋଟ ସହରରେ ଠୁଳ କରିବା ଆଗାମୀ ଦିନରେ ଗ୍ରୀନ ଜୋନରେ ଥିବା ରାୟଗଡ ଜିଲ୍ଳାକୁ ପୁଣି ଥରେ ରେଡ୍ ଜୋନକୁ ପରିବର୍ତନ କରିବାରେ ଅଧିକ ସମୟ ନେବ ନାହିଁ ବୋଲି ଜେକେପୁରବାସୀ ଚର୍ଚ୍ଚା କରୁଛନ୍ତି ।

Pearl dental clinic
Near Ashish Medical Store, Bhawanipatna


ଏ ନେଇ ଜେକେ କାଗଜ କଳର ବରିଷ୍ଠ ଲୋକ ସଂପର୍କ ଅଧିକାରୀ ସୁନୀଲ କୁମାର ନାଥଙ୍କୁ ପଚାରିବାରୁ ଜେକେ କାଗଜ କଳରେ ପ୍ରତି ଦୁଇ ତିନି ବର୍ଷରେ ସାମୟିକ କ୍ରମେ କମ୍ପାନୀର ଯନ୍ତ୍ରପାତି ରକ୍ଷାଣବେକ୍ଷଣ କାର୍ଯ୍ୟ ନିମନ୍ତେ ସପ୍ତାହ ଦୁଇ ସପ୍ତାହ ଧରି କମ୍ପାନୀକୁ ସଟଡାଉନ କରାଯାଇଥାଏ ତେବେ ବର୍ତମାନ ପାଇଁ ଆସୁଥିବା ଶ୍ରମିକଙ୍କ କରୋନା ନେଗେଟିଭ୍ ରିପୋର୍ଟ ଯାଂଚ କରାଯିବା ସହ ଜେକେ କମ୍ପାନୀ ପକ୍ଷରୁ ମଧ୍ୟ ତାଙ୍କ ଆଂଟିଜେନ ଟେଷ୍ଟ କରାଯାଇ ନେଗେଟିଭ୍ ଥିବା ଶ୍ରମିକଙ୍କୁ ରଖାଯାଇ ସଟଡାଉନରେ କାର୍ଯ୍ୟ ଶେଷ କରାଯିବ ବୋଲି ସୂଚନା ଦେବା ସହ ବାହାର ରାଜ୍ୟରୁ ଆଜି ଦୁଇ ରୁ ତିନ ଶହ ଶ୍ରମିକ ଜେକେପୁରରେ ପଂହଚିଥିବା ସେ ପ୍ରକାଶ କରିଥିଲେ । ସେହିପରି ଶ୍ରମିକ ନେତା ତଥା ଆଇନଜୀବି ଚନ୍ଦନା ହରେନ୍ଦ୍ରନାଥ କହିଛନ୍ତି ଯେ, ପୂର୍ବରୁ ସ୍ଥାନୀୟ ଶ୍ରମିକ ତଥା କର୍ମଚାରୀଙ୍କୁ ନେଇ ଜେକେ କମ୍ପାନୀ କର୍ତୁପକ୍ଷ କମ୍ପାନୀର ରକ୍ଷାଣବେକ୍ଷଣ ପାଇଁ ସଟଡାଉନ କରି କାର୍ଯ୍ୟ ସୂଚାରୁରୂପେ ତୁଲାଇ ଆସୁଥିବା ବେଳେ ମହାମାରୀ କୋଭିଡ୍ ସମୟରେ ବାହାର ରାଜ୍ୟରୁ ଏତେ ସଂଖ୍ୟକ ଶ୍ରମିକ ଠୁଳ କରି ରକ୍ଷାଣବେକ୍ଷଣ କାର୍ଯ୍ୟ ସମାପ୍ତ କରିବା ବର୍ତମାନ ସମୟ ପାଇଁ ଠିକ୍ ନୁହେଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

Udyog Nursery
Udyogi Nursery


ରାଜ୍ୟ ସରକାରଙ୍କ କୋଭିଡ ନିୟମ ପ୍ରକାରେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କ କରୋନା ନେଗେଟିଭ୍ ରିପୋର୍ଟ ଏବଂ ୭ଦିନିଆ କ୍ୱାରେନଟାଇନରେ ରଖିବା ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ହଜାର ହଜାର ସଂଖ୍ୟକ ଶ୍ରମିକଙ୍କ ସ୍ୱାସ୍ଥ୍ୟଗତ ରିପୋର୍ଟ ପ୍ରଶାସନ ପାଖେ ପଂହଚାଇବା ଏବଂ ଏତେ ସଂଖ୍ୟକ ଶ୍ରମିକଙ୍କ ରହିବା ଓ ସ୍ଥାନୀୟ ଜେକେପୁର ବଜାର ତଥା ସ୍ଥାନୀୟ ଅଂଚଳରେ ଏମାନଙ୍କ ଜନ ଗହଳି ଭଳି ସମସ୍ୟାକୁ ଏଡାଇବା ଦିଗରେ କମ୍ପାନୀ କି ପ୍ରକାର ପଦକ୍ଷେପ ଗ୍ରହଣ କରିଛି ତାହା ଆଗାମୀ ଦିନରେ ଜଣାପଡିବ । ପ୍ରକାଶ ଥାଉ କି, ଜେକେପୁର ଅଂଚଳରେ ଚଳିତ ଦ୍ୱିତୀୟ ଲହରରେ ଅଧିକାଂଶ ସ୍ଥାନୀୟ ଲୋକେ ପଜିଟିଭ୍ ହୋଇ ଚିକିତ୍ସିତ ପରେ ସୁସ୍ଥ ହୋଇଥିବା ବେଳେ ଅନେକ ମୃତ୍ୟୁବରଣ କରିଥିବା ମଧ୍ୟ ନଜିର ରହିଛି । ତେଣୁ ଜେକେ କାଗଜ କଳ ଯନ୍ତ୍ରପାତିର ରକ୍ଷାଣବେକ୍ଷଣ କାର୍ଯ୍ୟ ନିମନ୍ତେ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ନ ଦେଲେ ଅଂଚଳରେ ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ରହିବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.