ପ୍ରଗତି ଶିକ୍ଷାନୁଷ୍ଠାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସହର ଉପକଣ୍ଠସ୍ଥ ପ୍ରଗତି ଶିକ୍ଷାନୁଷ୍ଠାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ପ୍ରଗତି ମହାବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଓ ଯୋଗ ପ୍ରଶିକ୍ଷକ ମନୋଜ କୁମାର ନାଏକଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ଏହି ଅବସରରେ ଶ୍ରୀ ନାଏକ ଯୋଗାଭ୍ୟାସ ଉପରେ ଗୁରୁତ୍ୱାରୋପ କରି ସୁସ୍ଥ ଓ ନିରୋଗ ରହିବାକୁ ପରାମର୍ଶ ଦେଇଥିଲେ।

ସେହିପରି ପ୍ରଗତି କନସେପ୍ଟ ସ୍କୁଲରେ ମଧ୍ୟ ଯୋଗ ପ୍ରଶିକ୍ଷକ ସରୋଜ କୁମାର ନନ୍ଦଙ୍କ ତତ୍ତ୍ୱାବଧାନରେ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଗତି କନସେପ୍ଟ ସ୍କୁଲ ଓ ପ୍ରଗତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ। ଏହି ଅବସରରେ ୱି ଫିଟନେସ୍ ସୋସାଇଟି, ଥାଇଲ୍ୟାଣ୍ଡର ଯୋଗ ବିଭାଗର ମୁଖ୍ୟ ମାଷ୍ଟର ଅନୁପ ବଲେଲ୍ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦାନ କରି ଯୋଗାଭ୍ୟାସର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.