ନାଟକ ‘କରୋନା କରୁଛି ତାଣ୍ଡବ ଲୀଳା’ ଲୋକାର୍ପିତ

କଟକ: କଟକର ସଦର କନ୍ଦରପୁର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସରସ୍ୱତୀ କଳା ପରିଷଦ ପକ୍ଷରୁ କାର୍ଯ୍ୟକର୍ତ୍ତା ମାନଙ୍କ ସହଯୋଗରେ ଅଧୁନା ମହାମାରୀ କରୋନା ସମୟରେ ସ୍ୱାସ୍ଥ୍ୟର ଯତ୍ନ, କରୋନା କଟକଣା ପାଳନ, ବିଶେଷ କରି ଗ୍ରାମାଞ୍ଚଳରେ ଜନ ସଚେତନତାର ମହନୀୟ ବାର୍ତ୍ତା ପ୍ରଚାର ଆଭିମୁଖ୍ୟ ନେଇ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକଙ୍କ ରଚନା ଓ ନିର୍ଦ୍ଦେଶନାରେ “କରୋନା କରୁଛି ତାଣ୍ଡବ ଲୀଳା” ନାମକ ଏକ ନାଟକ କଳା ପରିଷଦ କାର୍ଯ୍ୟାଳୟରେ ପରିବେଷଣ ହୋଇ ଇଣ୍ଟରନେଟ ଜରିଆରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଇଛି । ଏହି ନାଟକରେ ରଂଜନ ଜେନା, ଇଂ.ଅମୀୟ ପଟ୍ଟନାୟକ, ଇଂ.ବିଶ୍ୱଜିତ ସାହୁ,ପପିନା ବେହେରା, ମନୋରଞ୍ଜନ ସାହୁ, ସତ୍ୟବ୍ରତ ଭୋଇ, ବିନାୟକ ମାଝୀ, ଜ୍ୟୋତ୍ରୀମୟୀ ଭୋଇ, ହରପ୍ରିୟା ହାତୀ, ପୁର୍ଣିମା ବେହେରା ଅଭିନୟ କରିଥିଲା ବେଳେ ଅଜୟ ପଟ୍ଟନାୟକ, ବିଶ୍ୱନାଥ ପଟ୍ଟନାୟକ, କରୋନାଯୋଦ୍ଧା ଅଭିରାମ ସାହୁ, ସମାଜସେବୀ ପ୍ରଦୀପ ମହାଳି, ଅଂଜନ ବେହେରା, ନିରଂଜନ ରାଉଳ ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.