ଗାଁ ଗାଁ ବୁଲି କରୋନା ସଚେତନତା ବାର୍ତ୍ତା ପ୍ରଚାର କରୁଛନ୍ତି ଅଙ୍ଗନଓ୍ବାଡି ଓ ଆଶାକର୍ମୀ

ଗୁଣୁପୁର/ବିଷମକଟକ, (ଦିଲୀପ କୁମାର ପଣ୍ଡା): ବିଷମକଟକ ବ୍ଳକ ଚାଟିକଣା ଗ୍ରାମ ପଞ୍ଚାୟତରେ ଲୋକଙ୍କୁ କରୋନା ସଚେତନତା କରାଉଛନ୍ତି ଅଙ୍ଗନଓ୍ବାଡି ଓ ଆଶାକର୍ମୀ। ଏକ ଟେମ୍ପୁରେ ଡ଼ାକବାଜି ଯନ୍ତ୍ର ଲଗାଇ ଲୋକଙ୍କୁ ସାମାଜିକ ଦୂରତ୍ବ, ମାସ୍କ ବ୍ୟବହାର, ହାତ ଧୋଇବା, ସାଟିନାଇଜର ବ୍ୟବହାର କରିବା, କରୋନା ଟିକା ଗ୍ରହଣ କରିବା ସହ ସରକାରଙ୍କ କୋଭିଡ୍ ଗାଇଡଲାଇନ ମାନି ଚାଲିବା ସମନ୍ଧରେ ଏମାନେ ସଚେତନ କରୁଛନ୍ତି। ଦିର୍ଘ ବର୍ଷେହେଲା ଆଶା ଓ ଅଙ୍ଗନଓ୍ବାଡି କର୍ମୀମାନେ ନିରନ୍ତର ଏହି ପ୍ରୟାସ କରି ଆସୁଛନ୍ତି। ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ନପୂର୍ଣ୍ଣା ସାମଲ, ସବିତା ବଞ୍ଚର, ବାସନ୍ତୀ ବଞ୍ଚରଙ୍କ ସମେତ ଅନେକ ସାମିଲ ଥିବାବେଳେ ପ୍ରମୋଦ କୁମାର ଦାଶ ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.