ଲଖିରାମ ଅଗ୍ରୱାଲ ମହାବିଦ୍ୟାଳୟରେ ବନମହୋତ୍ସବ

କୋକସରା, (ହିରଣ୍ୟ ବେହେରା): ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ମହାବିଦ୍ୟାଳୟରେ ୭୨ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଧର୍ମଗଡ ରେଞ୍ଜ ର ଡେପୁଟି ରେଞ୍ଜର ସୁଦର୍ଶନ ଦେହୁରୀ ଓ କଲେଜର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଧର୍ମଗଡ ବ୍ଳକ ଅଧ୍ୟକ୍ଷ ବଳରାମ ପୁଝାରୀ ଏବଂ ବେହେରା ସରପଞ୍ଚ ସୁଚିତ୍ରା ଗୋପାଳ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟରେ ଉତ୍ସାହିତ କରିଥିଲେ।


ବନ ବିଭାଗ ତରଫରୁ ଫରେଷ୍ଟର ଫାଲଗୁନି ମେହେର, ମନୀଷା ପଟ୍ଟନାୟକ, ବନସୁରକ୍ଷା କର୍ମୀ ସୁଧାଂଶୁ ସାହୁ, ଗିରିଧାରୀ ଗୌଡ, ନମିତା ବାଗ ଏବଂ ମହାବିଦ୍ୟାଳୟର କର୍ମଚାରୀ ମାନଙ୍କ ମଧ୍ୟରେ ଯୁବ ରେଡକ୍ରସ ପରାମର୍ଶଦାତା ମୋହନ ଚରଣ ବିଷି,


ଅଧ୍ୟାପକ ରଂଜନ କୁମାର ପଣ୍ଡା, ଅକ୍ଷୟ କୁମାର ପଟ୍ଟନାୟକ, ନିକୁଞ୍ଜ ବିହାରୀ ସାହୁ, ସୁରେନ୍ଦ୍ର କୁମାର ସାହୁ, ଫକିର ଚଣ୍ଡି, ସାନୁର୍ଯ୍ୟ ଗୋପାଳ ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବନବିଭାଗର କର୍ମଚାରୀ ସ୍ବାଧୀନ ଦଣ୍ଡସେନା, କ୍ଷତ୍ରିୟ ନାଏକ, ଆନନ୍ଦ ସାଗର ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.