ୱେସ୍କୋ ସବଡ଼ିଭିଜନ ଅଫିସ ସମ୍ମୁଖରେ ଆଉଟ ସୋର୍ସ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଜୁନାଗଡ, (ରାକେଶ ବେମାଲ): ଜୁନାଗଡ଼ ୱେସ୍କୋ ସବ ଡିଭିଜନ ଅଫିସ ସମୁଖରେ ଆଜି ଓଡ଼ିଶା ରାଜ୍ୟ ବିଦ୍ୟୁତ କର୍ମଚାରୀ ସଂଘ ସବ ଡିଭିଜନ ସହ ସମ୍ପାଦକ ଅଜୟ ସିଂଙ୍କ ନେତୃତ୍ୱରେ ଆଉଟ ସୋର୍ସ କର୍ମଚାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେମାନଙ୍କ ପ୍ରମୁଖ ଦାବୀ ମାନଙ୍କ ମଧରେ ଆଉଟ ସୋର୍ସରେ କାର୍ଯ୍ୟରତ କର୍ମଚାରୀଙ୍କୁ ନିୟମିତ ଯୋଦ୍ଧା ଘୋଷଣା କରିବା, ଟାଟା ପାୱେରର ମନମୁଖୀ କାର୍ଯ୍ୟ ବନ୍ଦ କରିବା, କର୍ମଚାରୀଙ୍କୁ ଉତ୍ତମ ସ୍ୱାସ୍ଥ ସେବା ସହିତ ସ୍ୱାସ୍ଥବୀମା ଆନ୍ତଭୁତ କରିବା ଆଜି ବିଭିନ୍ନ ଦାବୀ ନେଇ ୱେସ୍କୋ ସବଡ଼ିଭିଜନ କାର୍ଯ୍ୟଳୟ ସମୁଖରେ ବିକ୍ଷୋପ ପ୍ରଦର୍ଶନ କରିଛନ୍ତି। ଏହି ବିକ୍ଷୋଭ ସମୟରେ କର୍ମଚାରୀ ସଙ୍ଗର ସହ ସମ୍ପାଦକ ଅଜୟ ସିଂ, ମୁକୁନ୍ଦ ମେହେର, ଦିଲୀପ କୁମାର ସାହୁ, ଯୁବରାଜ ସାହୁ, ଅଶୋକ ପାତ୍ର, ନକୁଳ ମାଝୀ, ପ୍ରମୁଖଙ୍କ ସମେତ ଅନେକ କର୍ମଚାରୀ ଏହି ବିକ୍ଷୋଭ ପଦର୍ଶନୀ ସମୟରେ ଉପସ୍ଥିତ ଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.