ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ ଅନଲାଇନ୍ ସମ୍ବର୍ଦ୍ଧନା ପର୍ବ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ଅନଲାଇନ ମାଧ୍ୟମରେ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି। ଗତ ୧୫ ତାରିଖରେ ଅନୁଷ୍ଠିତ କବିତା ଶୀର୍ଷକ ‘ଅକ୍ଷୟ ତୃତୀୟା’ ଏବଂ ଗତ ୧୦ ତାରିଖରେ ଅନୁଷ୍ଠିତ ପ୍ରବନ୍ଧ ଶୀର୍ଷକ ‘ଓଡ଼ିଆ ପରମ୍ପରାରେ ସାବିତ୍ରୀ ବ୍ରତ’ ଶୀର୍ଷକ ପ୍ରବନ୍ଧରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀଙ୍କୁ ଆଜି ଅନୁଷ୍ଠାନର ସଭାପତି କିଶୋର ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନତାରେ ବିଧିବଦ୍ଧ ଭାବେ ମାନପତ୍ର ଦେଇ ଉତ୍ସାହିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସଂଗଠନର ସମ୍ପାଦକ ଦୀନବନ୍ଧୁ ବେଜ, ସଂଗଠନ ସମ୍ପାଦକ ଗୋଦାବରୀଶ ଦାସ ପ୍ରମୁଖ ଉପସ୍ଥିତ ରହି କୃତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜ୍ଞାପନ ସହ ଅଭିନନ୍ଦନ ଜଣାଇ ଉତ୍ସାହିତ କରିଥିଲେ। ଅଂଶଗ୍ରହଣକାରୀ କୃତ ପ୍ରତିଯୋଗୀଙ୍କ ମଧ୍ୟରେ ଗୋଦାବରୀଶ ଦାସ, ସ୍ୱପ୍ନା ମହାନ୍ତି, ପ୍ରଦୀପ୍ତକୁ ବେହେରା, ଶିବ ପ୍ରସାଦ ସାହୁ, ସୁଷମା ମଞ୍ଜରୀ ମିଶ୍ର, ଜୟନ୍ତୀ ପ୍ରଧାନ, ବିଦ୍ୟୁତ ପ୍ରଭା ମିଶ୍ର, ସ୍ନିଗ୍ଧା ସାମନ୍ତରାୟ, ବିନୟ କୁ ମହାପାତ୍ର, ପ୍ରଦୀପ କୁମାର ଦାସ, ନରସିଂହ ନାୟକ, ଉତ୍କଳ ସ, ମଧୁସୂଦନ ମିଶ୍ର, ଚିନ୍ମୟୀ ମହାପାତ୍ର, ହରିହର ଭୁକ୍ତ, ଟିକେଶ୍ଵର ସାହୁ, ତ୍ରିନାଥ ପଟ୍ଟନାୟକ, ସନ୍ତୋଷ ସାହୁ, ସୁଧାଂଶୁ ଗିରି, ପଙ୍କଜିନୀ ନାୟକ, ରଞ୍ଜୁଲତା ପାଢ଼ୀ


ସେହିପରି ପ୍ରବନ୍ଧରେ କୃତୀ ପ୍ରତିଯୋଗୀଙ୍କ ମଧ୍ୟରେ ରେଶ୍ମା ମହାନ୍ତି, ରଞ୍ଜୁଲତା ପାଢ଼ୀ, ସୁଶ୍ରୀ ଚନ୍ଦ୍ରକଳାଦେବି, ସୁମିତ୍ରା ମିଶ୍ର, ନିଲକାନ୍ତି ପଟ୍ଟନାୟକ, ମୋନାଲିସା ପ୍ରଧାନ, ଉସ୍ମିତା ମଞ୍ଜରୀ ମିଶ୍ର, ଗୀତାମୟୀ ମହାପାତ୍ର, ସ୍ବର୍ଣ୍ଣକାନ୍ତି ପତି, ଚିନ୍ମୟୀ ମହାପାତ୍ର ପ୍ରମୁଖ ପ୍ରତିଯୋଗୀଙ୍କୁ କୃତଜ୍ଞତା ସ୍ୱରୂପ ଅଭିନନ୍ଦନ ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.