ରୁପ୍ରାରୋଡ ଓ ରୁଫ୍ରା ସ୍ବାସ୍ଥ୍ୟକେନ୍ଦ୍ରରେ ଟିକା ପାଇଁ ପ୍ରବଳ ଭିଡ଼: ସାମାଜିକ ଦୂରତାକୁ ଅବମାନନା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ସରକାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ୧୮ରୁ ୪୫ ଏବଂ ୪୫ରୁ ଉର୍ଦ୍ଧ୍ବ ବୟସର ଲୋକଙ୍କୁ କୋଭିଡ ଟିକା ପ୍ରଦାନ କରୁଛନ୍ତି। ସେହି କ୍ରମରେ ନର୍ଲା ବ୍ଲକର ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଅନେକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ ସାଧାରଣଙ୍କୁ ଭେକ୍ସିନ ଦିଆଯାଉଛି। ତେବେ ବ୍ଲକର ରୁଫ୍ରା ଏବଂ ରୁପ୍ରାରୋଡ ପ୍ରାଥମିକ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଲୋକଙ୍କ ପ୍ରବଳ ଗହଳି ପରିଲକ୍ଷିତ ହେଉଛି। ଲୋକେ ସାମାଜିକ ଦୂରତାକୁ ଭୁଲିଯାଇ ଠେଳା ପେଳା ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭିଡ ଜମାଉଥିବା ଦେଖିବାକୁ ମିଳୁଛି। ଅନେକ ଲୋକ ନାକ ତଳକୁ ମାସ୍କ ରଖିଥିବା ଦେଖାଯାଉଛି।

ଟିକା ନେବାକୁ ଧାଡ଼ିରେ ଠିଆ ହୋଇଥିବା ଲୋକ ବିନା ମାସ୍କରେ ପରସ୍ପର ମଧ୍ୟରେ ବାର୍ତ୍ତାଳାପ କରୁଛନ୍ତି। ଯାହା କରୋନାକୁ ନିମନ୍ତ୍ରଣ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏହି ଦୁଇ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆବଶ୍ୟକତା ଠାରୁ କମ୍ ଟିକା ଆସୁଥିବାରୁ ପ୍ରତିଦିନ ଅନେକ ଲୋକ ଅସନ୍ତୋଷ ହୋଇ ଫେରି ଯାଉଥିବା ଅଭିଯୋଗ ହେଉଛି। ଏଣୁ ବ୍ଲକ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.