ଜନଜାତି ସାଧନ କେନ୍ଦ୍ରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି : ବନ ମହୋତ୍ସବ ସପ୍ତାହ ଅବସରରେ ଭବାନୀପାଟଣା ମଝିପଡ଼ା ସ୍ଥିତ ଜନଜାତି ସାଧନ କେନ୍ଦ୍ର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କେନ୍ଦ୍ରର ଗାଇଡ଼ ଡିଲେଶ୍ୱର ରଣାଙ୍କ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟକୁମାର ମାଝୀ ଯୋଗ ଦେଇଥିଲେ।

ନିର୍ଦ୍ଧାରିତ ସମୟରେ ଅତିଥି ତଥା ଉପସ୍ଥିତ ଶିକ୍ଷକମାନେ ବୃକ୍ଷରୋପଣ କରିଥିଲେ। ଏଥିରେ ସରିଆଁ ସିଆରସିସି ତଥା ମୋ ସ୍କୁଲ୍ ଅଭିଯାନ ଜିଲ୍ଲା କେମ୍ପେନିଂ ଟିମ୍ ସଦସ୍ୟ ସୁଧୀର କୁମାର ଧଙ୍ଗଡ଼ାମାଝୀ, ବନ୍ଧପାରୀ ସିଆରସିସି ତ୍ରିନାଥ ଶ୍ୟାମ କୁମାର, କେନ୍ଦ୍ର ଇନଚାର୍ଜ ଯୁଗେଶ୍ୱର ମାଝୀ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.