ଖରିଫ ଧାନ ସଂଗ୍ରହ ପାଇଁ ଏହି ତାରିଖରୁ ଆରମ୍ଭ ହେବ ଚାଷୀଙ୍କ ନାମ ପଞ୍ଜିକରଣ, ଜାଣନ୍ତୁ ନୂତନ ନିୟମ

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ଅନଲାଇନ୍ ମାଧ୍ୟମରେ ଚଳିତ ମାସ ୧୫ ତାରିଖରୁ ଚାଷୀଙ୍କ ନାମ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହେବ। ଏହି ପଞ୍ଜିକରଣ ପ୍ରକ୍ରିୟା ଅଗଷ୍ଟ ୧୬ତାରିଖ ପର୍ଯ୍ୟନ୍ତ ଚାଲିବ।ସରକାରୀ ସୂଚନା ଅନୁସାରେ, ଧାନ ବିକ୍ରି ପାଇଁ ଚାଷୀଙ୍କୁ ସାନି ପଞ୍ଜିକରଣ କରିବାକୁ ପଡ଼ିବ। ପୂର୍ବ ପଞ୍ଜିକରଣ ନବୀକରଣ ହେବ ନାହିଁ। ଚାଷୀମାନେ ସୁବିଧାରେ ଫର୍ମ ପୂରଣ କରିବା ପାଇଁ ପ୍ରତ୍ୟେକ ସୋସାଇଟିରେ ଗୋଟିଏ ହେଲପ୍ ଡେସ୍କ ରହିବ। କୌଣସି ଆପତ୍ତି-ଅଭିଯୋଗ ଆସିଲେ ତା’ର ତୁରନ୍ତ ଶୁଣାଣି କରାଯିବ। ଚାଷୀମାନେ ଜୁଲାଇ ୧୫ରୁ ଅଗଷ୍ଟ ୧୬ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ଫର୍ମ ଓ ଆବଶ୍ୟକ ଦସ୍ତାବିଜ୍ ଦାଖଲ କରିପାରିବେ। ଚାଷୀଙ୍କ ନାମ ପଞ୍ଜିକରଣ ନିମନ୍ତେ ଜିଲ୍ଲାପାଳମାନଙ୍କୁ ଗାଇଡଲାଇନ୍ ପଠାଯାଇଛି। ସୋସାଇଟିରେ ଧାନ ବିକ୍ରି କରିବା ପାଇଁ ପୂର୍ବରୁ ନାମ ପଞ୍ଜିକରଣ କରାଇବା ବାଧ୍ୟତାମୂଳକ। ଯେଉଁ ଚାଷୀମାନେ ଚାଷୀମାନେ ନିଜର ବଳକା ଧାନ ସରକାରଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି କରିବାକୁ ଇଚ୍ଛୁକ ସେମାନେ ନିକଟବର୍ତ୍ତୀ ସୋସାଇଟିରେ ନାମ ପଞ୍ଜିକରଣ କରାଇବେ। ଅଧିସୀକୃତ ପ୍ୟାକ୍ସ, ଲ୍ୟାମ୍ପସ, ମହିଳା ସହାୟକ ଗୋଷ୍ଠୀ, ପାଣି ପଂଚାୟତରେ ନିଜ ନିଜ ଅଂଚଳ ନିମନ୍ତେ ଚାଷୀଙ୍କ ନାମ ପଞ୍ଜିକରଣ କରାଯିବ। ଚାଷୀଙ୍କ ପୂର୍ବ ପଞ୍ଜିକରଣ ନବୀକରଣ ହେବ ନାହିଁ ଓ ସାନି ପଞ୍ଜିକରଣ କରାଇବାକୁ ପଡ଼ିବ। ସେହିପରି ଭାଗଚାଷୀଙ୍କୁ ପଞ୍ଜିକରଣ ଫର୍ମ ସହିତ ଜମି ମାଲିକଙ୍କ ସମ୍ମତି ପତ୍ର ଦାଖଲ କରିବାକୁ ପଡ଼ିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.