ପଲମ ସିଆରସିସି ଜ୍ଞାନେନ୍ଦ୍ର କୁମାର ଗହୀରଙ୍କ ଇସ୍ତଫା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ପଲମ କ୍ଲଷ୍ଟରର ସିଆରସିସି ଭାବରେ କାର୍ଯ୍ୟରତ ଜ୍ଞାନେନ୍ଦ୍ର କୁମାର ଗହୀର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ପ୍ରତିକ୍ରିୟା ରେ ସେ କହିଛନ୍ତି ଯେ, ପଲମ ପରି ଏକ ପଛୁଆ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ସଫଳତା ହାସଲ କରିଥିଲେ। ଗତ ଶିକ୍ଷାବର୍ଷରେ କୋଭିଡ ନିୟମ ପାଳନ ସହିତ ପଲମ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ଅଫଲାଇନ୍ ଓ ଅନଲାଇନ୍ ଶିକ୍ଷାଦାନ କରି ନର୍ଲା ବ୍ଲକ ପାଇଁ ଏକ ଉଦାହରଣ ସୃଷ୍ଟି କରିଥିଲେ। ତାଙ୍କ ସଫଳତାରେ ଅସନ୍ତୁଷ୍ଟ କିଛି ଶିକ୍ଷାବିରୋଧୀ ବ୍ୟକ୍ତି ତାଙ୍କୁ ଧମକ ଚମକ ଦେବା ସହ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିବାରୁ ସେ ତାଙ୍କ ପଦବୀରୁ ଓହରି ଯାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.