ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୁଲ୍ୟରେ ରାଜ୍ଯ ସ୍ତରୀୟ କବିତା ଆସର

ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ବର ଆନୁକୁଲ୍ୟରେ ଏକ ରାଜ୍ଯ ସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସ୍ଥାୟୀ ସଭାପତି ଦେବେନ୍ଦ୍ର ନାଥ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ବିଶ୍ୱେଶ୍ୱର ମାଝୀ ଯୋଗଦେଇ ସାହିତ୍ୟର ଉତ୍ସ ତଥା ଦିଗବିଦିଗ ଉପରେ ସଂକ୍ଷିପ୍ତ ଆଲୋକପାତ କରିବା ସହ ଅନୁଷ୍ଠାନର ବିଭିନ୍ନ ପ୍ରଶଂସନୀୟ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ଅନୁଷ୍ଠାନର ପ୍ରଥମ ମୁଖପତ୍ର ‘ଶିଖା’ ଓଡିଆ ସାହିତ୍ଯ ପାଇଁ ଆଶାର ଆଲୋକ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି। ସମ୍ମାନିତ ଅତିଥି ଭାବେ ସ୍ୱନାମଧନ୍ୟା ସୁସାହିତ୍ୟିକା ଡଃ ସୁଷମା ମିଶ୍ର ଯୋଗଦେଇ ସମସ୍ତ କବିତାର ସଂକ୍ଷିପ୍ତ ସମୀକ୍ଷା କରିବା ସହ ଲିଂଗ ନିର୍ବିଶେଷରେ ସମସ୍ତେ ସବୁ କାମ କରିପାରିବେ ବୋଲି ଅଭିବ୍ୟକ୍ତି ରଖିଥିଲେ। ଯୁବକବି ରଞ୍ଜନ କୁମାର ମହାନ୍ତି ସଭା ସଂଯୋଜନା କରିଥିବାବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ପ୍ରଣତି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu


ଏଥିରେ ବସନ୍ତ କୁମାର ସାହୁ, ଇଂ ବ୍ରଜଗୋପାଲ, ନିରଞ୍ଜନ କରଣ, ରତ୍ନାକର ସିଂହ, ବିନୋଦିନୀ ଦାଶ, ସ୍ନିଗ୍ଧା ସାମନ୍ତରାୟ, ଜୁମରନାଥ ପାତ୍ର, ତପନ କୁମାର ବିଶ୍ଵାଳ, ପ୍ରଫୁଲ୍ଲ କୁମାର ଦାସ, ବିପିନ ବିହାରୀ ବାରିକ, ନନ୍ଦିନୀ ରାଉତ,‌ବୈଜୟନ୍ତୀ ସାହୁ, ସର୍ବେଶ୍ଵର ମହାପାତ୍ର, ରୀତା ଅପରାଜିତା ମହାନ୍ତି, ସୁମିତା ବେହେରା, ସମର ବଲ୍ଲଭ ଭୋଇ, ଶର୍ମିଷ୍ଠା ପଲେଇ, ନୀଳକାନ୍ତି ପଟ୍ଟନାୟକ, ପ୍ରଭାତ ଆଚାର୍ଯ୍ୟଙ୍କ ସମେତ ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ଓଡ଼ିଆ ବାହାରୁ ବିଶିଷ୍ଟ କବି, ଗାଳ୍ପିକ, ସୁସାହିତ୍ୟିକମାନେ ଉପସ୍ଥିତ ରହି ନିଜ ନିଜର ସ୍ଵରଚିତ କବିତା ପାଠ କରିଥିଲେ। ଆଧ୍ୟାତ୍ମିକ, ସାମାଜିକ, ଶିଶୁ କବିତା, ବ୍ୟଙ୍ଗ କବିତା ତଥା ଗଠନମୂଳକ ଆଦି ପଠିତ ଅନେକ କବିତାର ମାନ ଉଚ୍ଚ କୋଟିର ଥିଲା। ଶେଷରେ ଶାନ୍ତିଲତା ପଣ୍ଡା ଧନ୍ୟବାଦ ସହ ଶାନ୍ତିପାଠ କରିଥିଲେ। ଏପରି କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ପ୍ରତିଷ୍ଠାତା ସମ୍ପାଦିକାଙ୍କ ଭୂମିକାକୁ ସମସ୍ତ କବି, ପାଠକ ଶ୍ରୋତା ତଥା ବିଶିଷ୍ଟ ଅତିଥି ଭୂୟସୀ ପ୍ରଶଂସା କରିଥିଲେ ତଥା ବହୁଳ ଆୟୋଜନ ନିମନ୍ତେ ମତବ୍ୟକ୍ତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.