ସୋସିଆଲ୍ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି ପକ୍ଷରୁ ମାଗଣା ଚାରା ବଣ୍ଟନ କାର୍ଯ୍ୟକ୍ରମ

ଧର୍ମଗଡ: କଳାହାଣ୍ଡିର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ସୋସିଆଲ୍ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି’ ପକ୍ଷରୁ ଟିପିଗୁଡା ବଜାର ଠାରେ ଧର୍ମଗଡ ଟିମ୍ ଉପ-ସଭାପତି ଲକ୍ଷ୍ମିକାନ୍ତ ନାଏକଙ୍କ ପରିଚାଳନାରେ ସାଧାରଣ ଜନତାଙ୍କୁ ମାଗଣାରେ ୩୦୦ ଚାରା ବିତରଣ କରାଯାଇଛି। ଏହି ଅବସରରେ ସଂଗଠନ ପକ୍ଷରୁ ବୃକ୍ଷ ରୋପଣର ଉପକାରୀତା ସମନ୍ଧିୟ ସଚେତନତା ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଇଛି।

Omkar Vasthu
Omkar Vasthu


କରୋନା ସମୟରେ ଅମ୍ଲଜାନ ପାଇଁ ସାରା ବିଶ୍ୱ ବିପଦର ସମ୍ମୁଖିନ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସଂଗଠନ ଏପରି ଅଭିଯାନ ଆରମ୍ଭ କରିଛି। ଜିଲ୍ଲାର ପ୍ରତେକ ବ୍ଲକ, ସାପ୍ତାହିକ ବଜାର ତଥା ଜନ ଗହଳି ସ୍ଥାନରେ ଚାର ବିତରଣ କରିବାସହ ସମସ୍ତ ଜନସାଧାରଣଙ୍କୁ ଗଛ ଲଗେଇବା ପାଇଁ ଆହ୍ୱାନ ଦେବ ବୋଲି ସଂଗଠନର ଜିଲ୍ଲା କାର୍ଯ୍ୟକାରି ସଭାପତି ମହେଶ୍ୱର ସୁନାନୀ ସୂଚନା ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna


ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କୋଷାଧ୍ଯକ୍ଷ ମୃତୁଞ୍ଜୟ ନାଏକଙ୍କ ସମେତ ସୁନିଲ ଜଗତ, ଜ୍ଞାନ ରଞ୍ଜନ ନାଏକ, ସୁସାନ୍ତ ନାଏକ, ଅତୁଲ୍ୟ ପଣ୍ଡା, ରୁକଚନ୍ ମାଝି, ଚିତ୍ତରଞନ ନାଏକ, ରାଜା ଦୁର୍ଗା, ଅଙ୍କିତ ସେଠି, ଦିନେସ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସଂଗଠନର ଏପରି କାର୍ଯ୍ୟଧାରାକୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ।

Udyog Nursery
Udyogi Nursery

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.